ହତ୍ୟାକାରୀ ବାପା ଓ ଦୁଇ ପୁଅଙ୍କୁ ଆଜୀବନ କରାଦଣ୍ଡ

ହତ୍ୟାକାରୀ ବାପା ଓ ଦୁଇ ପୁଅଙ୍କୁ ଆଜୀବନ କରାଦଣ୍ଡ

ଅନୁଗୁଳ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁରେ ଘଟିଥିବା ଏକ ହତ୍ୟା ମାମଲାର ବିଚାରକରି ଶୁକ୍ରବାର ୩ ଜଣ ହତ୍ୟାକାରୀଙ୍କୁ ଜିଲ୍ଲା ଦୌରା ଜଜ୍ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ୨୦୦୩ ମସିହା ଅପ୍ରେଲ ୯ ତାରିଖ ଦିନ ଲଙ୍ଗୁଳିଆବେଡ଼ା ଗାଁର ଉତ୍ସବାନନ୍ଦ ସାହୁଙ୍କ ସ୍ତ୍ରୀ ନୀର୍ମଳା ସାହୁ, ତାଙ୍କ ଜା’ ବିନତୀ ସାହୁ ଓ ଅନ୍ୟ ୩/୪ ଜଣ ସ୍ତ୍ରୀ ଲୋକ ଘରପାଖ କୂଅକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଜମିବାଡି ବିବାଦକୁ ନେଇ ନିର୍ମଳାଙ୍କୁ ତାଙ୍କ ପଡ଼ୋଶୀ ପ୍ରସନ୍ନ କୁମାର ବିଶ୍ବାଳ, ପୁଅ ଜିତେନ୍ଦ୍ର କୁମାର ବିଶ୍ବାଳ ଓ ତପନ କୁମାର ବିଶ୍ବାଳ ଠେଙ୍ଗା ଓ ଶାବଳରେ ପିଟିପିଟି ମାରି ଦେଇଥିଲେ । ଏ ନେଇ ନୀର୍ମଳାଙ୍କ ସ୍ବାମୀ ଉତ୍ସବାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଥାନା କେସ ନଂ ୩୧/୨୦୦୩ରେ ଦଫା ୩୦୨, ୩୨୩,୧୧୪,୧୧୫ ଓ ୩୪ରେ ଏକ ମାମଲା ରୁଜୁ କରିଥିଲା । ଏଥିସହ ଅଭିଯୁକ୍ତ ମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ପାତ୍ର ୧୪ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟକୁ ଆଧାରକରି ୩ ଅଭିଯୁକ୍ତଙ୍କୁ ଦଫା ୩୦୨ ପାଇଁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ବୋଲି ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଏହି ମାମଲା ସରକାରୀ ଓକିଲ ପ୍ରଦୀପ କୁମାର ଦାସ ଓ ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ଭୁତିଆ ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
8
+1
0
+1
3

Leave a Reply