ଆଞ୍ଚଳିକ ପ୍ରତିଶ୍ରୁତି ଦେଲେ ବିଧାୟକ – ବାଗଡିଆ ଥାନା ବାଗଡିଆରେ ହେବ Angul OnlineOctober 16, 2022October 16, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଉକ୍ତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ପ୍ରତିବାଦରେ ବାଗଡିଆ ହାଟପଦା ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ ଏହା ଦିନକୁ ଦିନ ଆନ୍ଦୋଳନ ରୂପ ନେଉଛି । କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜ କୁମାର ସାହୁଙ୍କ ସଭାପତିତ୍ବରେ ରବିବାର ୬ଟି ପଂଚାୟତର ୪୮ଟି ରାଜସ୍ବ ଗ୍ରାମର ସରପଂଚ ,ସଭାପତି ,ସମ୍ପାଦକ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନ ପାଇଁ ଦ୍ବିତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଗଡିଆ ଥାନାକୁ ବାଗଡିଆରେ କରିବା ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନିକଟରେ ଦାବି ଉପସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲେ । ରବିବାର ଅପରାହ୍ନରେ କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜକାନ୍ତ ସାହୁ ,ସମ୍ପାଦକ କରୁଣାକର ବିଶ୍ବାଳ ,ଉପସଭାପତି ଉମାକାନ୍ତ ପ୍ରଧାନ ,ବାଗଡିଆ ଗ୍ରାମ ସଭାପତି ବିଜୟ କୁମାର ପ୍ରଧାନ ,ସମ୍ପାଦକ ସୁରେଶ ପ୍ରଧାନ ,ଖମାର ଗ୍ରାମ ସଭାପତି ନେତ୍ରାନନ୍ଦ ଗଡନାୟକ ,ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥ ,ଶିମିଳିପାଳ ସରପଂଚ ଗିରିଶ ଚନ୍ଦ୍ର ପ୍ରଧାନ ,ପୂର୍ବତନ ସରପଂଚ ବିଜୟ କୁମାର ଗଡନାୟକଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ରାଜସ୍ବ ଗ୍ରାମର ପ୍ରତିନିଧି ମାନେ ବିଧାୟକଙ୍କ ବାସଭବନକୁ ଯାଇ ପ୍ରସ୍ତାବିତ ନୂତନ ଥାନା ବାଗଡିଆରେ କରିବା ପାଇଁ ଦାବି କରିଥିଲେ । ଏ ନେଇ ବିଧାୟକ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନରେ ଘୋଷଣା କରିଛନ୍ତି ସେହି ସ୍ଥାନରେ ଥାନା କରାଯିବ ବୋଲି କହିଥିଲେ । ବାଗଡିଆ ଥାନାକୁ ବାଗଡିଆରେ କରାଯିବ ଏବଂ ଆସନ୍ତା ୧୮ ତାରିଖରେ ବାଗଡିଆରେ ଥାନା ପାଇଁ ଚିହ୍ନଟ ଜମି ଦେଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆସନ୍ତା ୧୮ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରିଥିବା ଅନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । Advertisement
ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟିଦେବା ଅଭିଯୋଗ ଅନୁଗୁଳ – ଘରୋଇ ଶିକ୍ଷାନୁଷ୍ଠାନର ଲେଡି ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…
ଉଠା ଜଳ ସେଚନ ପାଇଁ ୨୩୯ କୋଟି ୨୭ ଲକ୍ଷ ଅନୁମୋଦନ – କୃତଜ୍ଞତା ଜ୍ଞାପନ କଲା ବିଜେଡ଼ି ଅନୁଗୁଳ – କଟକ ଓ ଅନୁଗୁଳ ଜିଲ୍ଲାରେ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…