ପାଲଲହଡ଼ା – ଏକ ଚୋରା ମୋବାଇଲ କିଣିଥିବା ଜଣେ ଯୁବକକୁ ଧରିବାକୁ ଯାଇ ପୁଲିସକୁ ହଟହଟା ହେବା ସହ ଉକ୍ତ ଯୁବକଙ୍କ ଆକ୍ରମଣରେ ଲହୁଲୁହାଣ ହେବାକୁ ପଡିଛି । ଏମିତି ଏକ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଶାସନସାହିରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପାଲଲହଡ଼ା ଥାନା ଅନ୍ତର୍ଗତ ସାମନ୍ତସାହିର ମୁନା ସାହୁ ନାମକ ଜଣେ ହୋଟେଲ ମାଲିକଙ୍କ ମୋବାଇଲ ଚୋରି ହେଇଥିବା ନେଇ ଗୁରୁବାର ପାଲଲହଡା ଥାନାରେ ଏକ ଅଭିଯୋଗ ହୋଇଥିଲା । ପରେ ପୁଲିସ ମୋବାଇଲ ଚୋରି କରିଥିବା ଅଭିଯୋଗରେ ଗଉଡ଼ସାହିର ପ୍ରଦ୍ୟୁମ୍ନ ଥାପାକୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ସେ ସେହି ମୋବାଇଲକୁ ଶାସନସାହିରେ ରହୁଥିବା ଜଗନ ସାହୁଙ୍କୁ ବିକ୍ରି କରି ଦେଇଥିବା କହିବା ପରେ ଏ.ଏସ .ଆଇ ପ୍ରଦୀପ କୁମାର ପଟନାୟକଙ୍କ ନେତୃତ୍ୱରେ ଏକ ଟିମ ଜଗନର ଘରକୁ ଯାଇ ମୋବାଇଲ ଚୋରି ସମ୍ପର୍କରେ ପଚାର ଉଚୁରା କରିଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ଜଗନ ପୁଲିସ ଉପରେ ଆକ୍ରମଣ କରିଥିଲା । ଜଗନ ହଠାତ କନେଷ୍ଟବଳ ସନ୍ତୋଷ କୁମାର କିସାନଙ୍କ ବାମ ଗାଲକୁ କାମୁଡି ଦେଇ ଫେରାର ହୋଇ ଯାଇ ଥିଲା । ଫଳରେ କନେଷ୍ଟବଳ ସନ୍ତୋଷ ଆହତ ହୋଇଥିଲେ । ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ତେବେ ଫେରାର ଜଗନକୁ ପୁଲିସ ଶୁକ୍ରବାର ସକାଳୁ ତାକୁ ନିଜ ଘରୁ ଗିରଫ କରିବା ସହ ପ୍ରଦ୍ୟୁମ୍ନ ଓ ଜଗନକୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି ।
What’s your Reaction?
+1
+1
+1
+1
+1
+1
+1