ମୁଖ୍ୟ ଖବର କାରକୁ ଧକ୍କା ଦେଲା କାର , ଦୁର୍ଘଟଣାରେ ମା-ଝିଅ ମୃତ Angul OnlineFebruary 8, 2024February 8, 2024 ଅନୁଗୁଳ – ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାର ଖଣ୍ଡହତା ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ମା ଓ ଝିଅଙ୍କ ମୁତ୍ଯୁ ହୋଇଛି । ମୃତ ଝିଅ ସଂଯୁକ୍ତା ପ୍ରଧାନ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀ । ସୂଚନା ଅନୁସାରେ ସଂଯୁକ୍ତା , ତାଙ୍କ ମା ଦୁର୍ଗାବତୀ ପ୍ରଧାନ ଓ ଭାଉଜଙ୍କ ସହ ଏକ କ୍ରେଟା କାରରେ ଆଠଗଡ ଆଡକୁ ଯାଉଥିଲେ । ଖଣ୍ଡହତା ନିକଟରେ ଦ୍ରୁତ ଗତିରେ ଆଉ ଏକ କାର ଆସି ସମ୍ନାରୁ ଧକ୍କା ଦେଇଥିଲା । ଫଳରେ ମା ଝିଅ ଥିବା କାରଟି ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଆସି ଓଲଟି ପଡିଥିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତର ସେଠାରେ ସଂଯୁକ୍ତା ଓ ମା ଦୁର୍ଗାବତୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଅନ୍ୟ କାରରେ ଥିବା ଦୁଇଜଣ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ ଭୁବନେଶ୍ୱର – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ । ପୁଣି ଖୁବଶୀଘ୍ର ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ମଧ୍ୟପ୍ରଦେଶରୁ ୧୫ଟି ବାଘୁଣୀ…
ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚୋରି – ତାଳଚେରରେ ୪ ଚୋରଙ୍କୁ ଧରିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ ଆସିଥିବା ବେଳେ ତାଳଚେରରେ ଏକ ଚୋର ଦଳ ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ…
ଜାଲି ପିଇଟି ଶିକ୍ଷକଙ୍କ ସଂଖ୍ୟା ବଢୁଛି – ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନକଲି ପିଇଟି ଶିକ୍ଷକଙ୍କ ସଂଖ୍ୟା କେବଳ ଯେ ୧୦ ତା ନୁହେଁ । ଏହାର ସଂଖ୍ୟା ଅଧିକ ରହିଛି । ଗତକାଲି…