ଆଞ୍ଚଳିକ କୂଅରେ ପଡ଼ି ବୃଦ୍ଧ ମୃତ Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ କୁମ୍ଭାରସାହି ଗାଁରେ ଆଜି ଜଣେ ବୃଦ୍ଧ କୂଅରେ ଖସି ପଡ଼ି ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, କୁମ୍ଭାରସାହି ଗ୍ରାମର ୮୦ ବର୍ଷୀୟ ପ୍ରାଣବନ୍ଧୁ ଦାସ ରାତି ପ୍ରାୟ ୧୦ ଟା ବେଳେ ଘର ସମ୍ପୁଖରେ ଥିବା କୂଅ ନିକଟରେ ବସିବା ପାଇଁ ଯାଇଥିଲେ । କୂଅ ନିକଟରେ ସେ ଥିବା ବେଳେ ହଠାତ କୂଅ ଭିତରକୁ ଗଳି ପଡ଼ିଥିଲେ । କୂଅ ଗଭୀର ଥିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିବାକୁ ସାହସ କରିପାରିନଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ତାକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । Advertisement
ମାଛ ଜାଲରେ ଫସିଲା ଅଜଗର ସାପ – ଉଦ୍ଧାର କଲେ ସର୍ପମିତ୍ର ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା ।…
ଜାତୀୟ ରାଜପଥ ୫୫ କାଦୁଅ ପଚପଚ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ…
ଷାଠିଏ ଦିନ ଭିତରେ ରେଜିଷ୍ଟ୍ରେସନ ସାର – ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରଥମ ଜିଲ୍ଲା ଗସ୍ତ ବେଳେ ନିର୍ଦେଶ ଅନୁଗୁଳ – ଅନୁଗୁଳ ସର୍କିଟହାଉସ କନଫ୍ରେନସ ହଲ ଠାରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଶ୍ରମ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଓଡିଶା…