ଆଞ୍ଚଳିକଭାଇରାଲ ଭିଡିଓ ବିୟର କ୍ୟାନରେ ପଶିଗଲା ଢାମଣା ସାପ Angul OnlineJune 15, 2021June 15, 2021 ଅନୁଗୁଳ – ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ଗ୍ରାମରେ । ଗାଁର ଉମାକାନ୍ତ ବେହେରାଙ୍କ ବାଡିରେ ଏକ ଢ଼ମଣା ସାପ ଏକ ପରିତ୍ୟକ୍ତ ବିୟର କ୍ୟାନ ଭିତରେ ମୁଣ୍ଡ ଭର୍ତ୍ତି କରି ଛଟପଟ ହେଉଥିଲା । ଉମାକାନ୍ତ ଏହା ଦେଖି ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଳ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଏକ କଇଁଚି ସାହାଯ୍ୟରେ ଯତ୍ନର ସହିତ ବିୟର କ୍ୟାନକୁ କାଟି ବାହାର କରିବା ପରେ ସାପଟି ମୃତ୍ୟୁ ଫାଶରୁ ମୁକୁଳି ଥିଲା । ସୌଭାଗ୍ୟବଶତଃ ସାପଟିର ବେକରେ ଆଘାତ ଲାଗିନଥିଲା । ତେଣୁ ହିମାଂଶୁ ସାଢ଼େ ଏହି ୫ ଫୁଟ ଲମ୍ବର ଢ଼ମଣା ସାପଟିକୁ ଗାଁ ଠାରୁ ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଥିଲେ । https://angulonline.com/wp-content/uploads/2021/06/sn.mp4 Advertisement
ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଅନୁଗୁଳ – ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ୍) ଅନୁଗୁଳ ପକ୍ଷରୁ ରବିବାର ସୌଭାଗ୍ୟ ନଗର ବସ୍ତି, ତାମ୍ରିତ୍ କଲୋନୀ, ଅନୁଗୋଳ ରେ ଫୁଡ୍ ଫର ଲାଇଫ୍…
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ଦୁଇ ଅଜଗର ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ , ବଡ଼ଦାଣ୍ଡ ସାହି ଗାଁ ରାସ୍ତାରେ ୧୫ଫୁଟ୍ ଲମ୍ବ ଅଜଗର ସାପ ରାସ୍ତା ପାରି ହେଉଥିଲା । ଏହାକୁ ଦେଖି…