ଆଞ୍ଚଳିକ କୂଅ ଭିତରୁ ଉଦ୍ଧାର ହେଲା ଅଜଗର Angul OnlineNovember 11, 2023November 11, 2023 ଅନୁଗୁଳ – କୂଅ ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ଅଜଗର । ଅନୁଗୁଳ ଜିଲ୍ଲା ଜରପଡ଼ା ଅନ୍ତର୍ଗତ ସଦାନନ୍ଦପୁର ରଣଜିତ ଦେହୁରୀଙ୍କ କୂଅ ଭିତରେ ପାଞ୍ଚ ଫୁଟର ଅଜଗର ସାପ ପଡିଥିବା ଦେଖିବାକୁ ମିଳିଥିଲା । ସାପକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ । ଏଥିପାଇଁ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା । ପରେ ସ୍ନେକ ହେଲପ ଲାଇନ ସଦସ୍ୟ ବାବା ଅମରଜ୍ୟୋତି, ସୁଶାନ୍ତ ସାହୁ ଓ ବିଶ୍ୱ ରଞ୍ଜନ ବେହେରା ପହଞ୍ଚି କୌଶଳ କ୍ରମେ ସାପଟିକୁ କୂଅ ଭିତରୁ ବାହାର କରିଥିଲେ । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ସ୍ଥାନୀୟ ବନକର୍ମଚାରୀଙ୍କ ସହ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । Advertisement
କିନ୍ନର ମାନେ ମଧ୍ୟ ସମ୍ମାନପୂର୍ଣ୍ଣ ଜୀବନ ଵଞ୍ଚିବା ଆବଶ୍ୟକ – କିନ୍ନର ମୀରା ପରିଡା ଅନୁଗୁଳ – ବିୟଣ୍ତ୍ ସ୍ମାଇଲ୍ ଫାଉଣ୍ଡେସନ ତାର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ କଳାକେନ୍ଦ୍ରଠାରେ ପାଳନ କରିଛି । ନୂତନ ଭାବରେ ଗଠିତ ହୋଇଥିବା ଏହି ସଂଗଠନ…
ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଗୁଳ – ଶିକ୍ଷକ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ। ଶିକ୍ଷାଦାନ କରି କେତେ ଯେ ମଣିଷକୁ ଗଢ଼ିଥାନ୍ତି ତାହା ତୁଳନା ନାହିଁ।ତେବେ ସେଇଭଳି ଜଣେ ଅନନ୍ୟ ପ୍ରତିଭାର…
ହିଡିସିଙ୍ଗ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି । ଏହି…