ମୁଖ୍ୟ ଖବର ଟ୍ରକ ଓଲଟି ପାଣିରେ ଭାସିଗଲା ୪୦୦ ବସ୍ତା ଧାନ Angul OnlineJanuary 25, 2024January 25, 2024 ତାଳଚେର – ଟ୍ରକ ଓଲଟି ପାଣିରେ ଭାସିଗଲା ଧାନବସ୍ତା । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ସମଲ -ପବିତ୍ରନଗର ରାସ୍ତାରେ ଦେଖିବାକୁ ମିଳିଛି । ସମାକୋଇ ପୋଲରେ ଧାନ ବୋଝେଇ ଟ୍ରକ୍ ଓଲଟି ଯିବା ଫଳରେ, ନଦୀରେ ୪୦୦ରୁ ଅଧିକ ଧାନବସ୍ତା ଭାସି ଯାଇଛି । ସୂଚନା ଅନୁସାରେ ପୋଲ ଉପରେ ଦେଇ ଟ୍ରକଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଟ୍ରକରେ ଥିବା ଧାନ ବସ୍ତା ପୋଲ ତଳକୁ ପଡି ଭାସି ଯାଇଥିଲା । ଖବର ଅନୁସାରେ ଏହି ଧାନ ବୋଝେଇ ୧୨ ଚକିଆ ଟ୍ରକ୍ ଟି ପରାବିଲ୍ ସମବାୟ ସମିତିରୁ ଧାନ ନେଇ ଅନୁଗୁଳ ମିଲ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
ଡାକ୍ତରଙ୍କ ପୁଅକୁ ଡାକ୍ତରୀ ପଢାଇବା କହି କୋଟିଏ ଟଙ୍କାର ଠକେଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…
ଜେଜେବାପାଙ୍କ ସ୍ଵପ୍ନ ପୂରଣ କରିଛି – ସୌମ୍ୟରଞ୍ଜନ , ଅନୁଗୁଳର ପୁଅ ସିଭିଲ ସର୍ଭିସରେ କୃତକାର୍ଯ୍ୟ ଅନୁଗୁଳ – ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ପଦବୀରେ କୃତକାର୍ଯ୍ୟ…
ଖବର ପ୍ରକାଶନ ଯୋଗୁଁ ଡ଼ରିଗଲେ ସ୍ୱାସ୍ଥ୍ୟ ପ୍ରଶାସନ !! – ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ କଲେ ଆକ୍ରମଣ ଅନୁଗୁଳ – ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଆଜି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଟିମ୍ ପରିଦର୍ଶନରେ ଆସୁଛନ୍ତି ବୋଲି…