ମୁଖ୍ୟ ଖବର ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ Angul OnlineJanuary 26, 2023January 26, 2023 ଅନୁଗୁଳ – ଆବାସ ଯୋଜନାରେ ନାଁ କଟିବା ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ପଞ୍ଚାୟତବାସୀ । ଆଉ ଏଥିପାଇଁ ଗାଁର ମହିଳା ଏକାଠି ହୋଇ ସରପଞ୍ଚ ଏବଂ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ତିନି ଘଣ୍ଟା ଧରି ଅଟକ ରଖିଲେ । ଶେଷରେ ଘଟଣା ସ୍ଥଳରେ ପୁଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରପଞ୍ଚ ଏବଂ ତାଙ୍କ ସହ ଅଟକ ଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତାରାପୁର(କ) ପଞ୍ଚାୟତର ସରପଞ୍ଚ ନବୀନ ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ବେଳେ ସାନ୍ତାରାପୁର ଗାଁର କିଛି ମହିଳା ହଠାତ ଆସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଚାୟତର ଜଣେ ମାତ୍ର ହିତାଧିକାରୀଙ୍କ ନାମରେ ଘର ଆସିଥିବା ବେଳେ ଅନ୍ୟ ମାନଙ୍କ ନାମର ଜାଣିଶୁଣି କାଟି ଦିଆ ଯାଇଥିବା ଅଭିଯୋଗ କରି ସେମାନେ ଉଭୟଙ୍କୁ ଅଟକ ରଖିଥିଲେ । ଫଳରେ ଘଟଣା ସ୍ଥଳରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଖସୁଝା କରିଥିଲା । ତେବେ ପ୍ରାୟ ତିନି ଘଣ୍ଟା ପରେ ଉତ୍ତ୍ୟକ୍ତ ଲୋକ ଶାନ୍ତ ହୋଇଥିଲେ ଏବଂ ସରପଞ୍ଚ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁକୁଳିଥିଲେ । Advertisement
ଜିଲ୍ଲା ପୋଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସ॰ଆଇ॰ ଓ ଏ॰ଏସ॰ଆଇ॰ ସ୍ତରରେ ଅଦଳବଦଳ କରା ଯାଇଛି । ଅନୁଗୁଳ ଏସ॰ପି॰ ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଜିଲ୍ଲାର ୧୫…
ବଢି ପାଣିରେ ଭାସିଗଲେ ଛାତ୍ରୀ ଅନୁଗୁଳ – ଲଗାଣ ବର୍ଷା ରେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି…
ଥାନା ଓ କାରାଗାରାରେ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଏବେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ସହର ସବୁଠି ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି…