ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଯୁବକ ମୃତ Angul OnlineFebruary 4, 2021February 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ-ଦେବଗଡ ୬୩ ନମ୍ବର ରାଜ୍ୟ ରାଜପଥର ଗୋଳାଗାଡିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୋଶଳା ଗ୍ରାମର ହେମନ୍ତ ସାହୁଙ୍କ ପୁଅ ରଞ୍ଜିତ ସାହୁ (୨୯) ବୋଲି ଜଣା ପଡିଛି । ସୂଚନା ଅନୁସାରେ ରଞ୍ଜିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରେ କାମ କରନ୍ତି । ଆଜି ସନ୍ଧ୍ୟାରେ ସେ କମ୍ପାନୀରୁ କାମ ସାରି ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ କୌଣସି ଗାଡି ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର ଅନୁଗୋଳ – ବିଖ୍ୟାତ ହାସ୍ୟ ଅଭିନେତା କପିଳ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳ ଜିଲ୍ଲାର କଳାକାର କୁବେର ବାରିକ । କେବଳ ଭେଟି ନାହାନ୍ତି ତାଙ୍କୁ ଏହି ଭେଟ…
ପୁଲିସର ବର୍ବରତା ଅଭିଯୋଗ – ଥାନାରେ ମାମଲା ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନାରେ ଥାନା ପୁଲିସର ବର୍ବରତା ଓ ଥାର୍ଡ ଡିଗ୍ରି ଘଟଣାରେ ଏସ୍ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ…
୧୨ ଫୁଟ ଅହିରାଜ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରା ଯାଇଛି । ଗଡତରାସ ଗ୍ରାମ ଶିବ…