ଅପରାଧ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି Angul OnlineJuly 23, 2021July 23, 2021 ବନ୍ତଳା – ଅନୁଗୁକ୍ଳ ଜିଲ୍ଲା ପୁରୁଣାଗଡ଼ ମାଟିଆ ସାହି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍କୁଲର ଶିକ୍ଷକ ସଞ୍ଜୟ ସାହୁ ୧୦ ଟା ସମୟରେ ସ୍କୁଲକୁ ଆସିବା ପରେ କ୍ଲାସ ରୁମ ସମେତ ଅଫିସର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ଏହା ଦେଖି ସେ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ବେହେରାଙ୍କୁ ଫୋନ କରି ଜଣାଇ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲକୁ ଆସି ଦେଖିବା ପରେ ସ୍କୁଲର ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଥିଲା । ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ବେହେରା ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବନ୍ତଳା ଥାନା ପୁଲିସ ସାଇଣ୍ଟଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହାୟତାରେ ଘଟଣାର ତଦନ୍ତ କରି ଥିଲା । ପ୍ରାଥମିକ ତଦନ୍ତ ବେଳେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସ୍କୁଲର ତାଲା ଭାଙ୍ଗି ସ୍କୁଲରେ ଲାଗିଥିବା ଦୁଇଟି ଫ୍ୟାନ , ଗ୍ୟାସ ସିଲିଣ୍ଡର , ଚୁଲ୍ହା , ରୋସେଇ ସାମଗ୍ରୀ ସହିତ , ଦୁଇଟି ଦରି ପାଲ ଓ ୯ଟି ପ୍ଲାଷ୍ଟିକ ଚେୟାର ନେଇ ଯାଇଥିବା ଜଣା ପଡିଛି । Advertisement
ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ…
ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ…
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…