ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର

ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର

ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ୬୦ ହଜାର ଟଙ୍କା ସମେତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅବସରପ୍ରାପ୍ତ ପୁଲିସ ଏ ଏସ ଆଇ ମାର୍କଣ୍ଡେସ୍ୱର ନନ୍ଦ ଅନୁଗୁଳ ଗାନ୍ଧୀ ମାର୍ଗରେ ରୁହନ୍ତି । ତେବେ ସେ ୧୦ ଦିନ ହେଲା ଅସ୍ଥି ବିସର୍ଜନ ପାଇଁ ଆଲ୍ହାବାଦ ଯାଇଥିଲେ । ଆଜି ସେ ଘରକୁ ଫେରିବା ପରେ ଘରେ ଚୋରି ହୋଇଥିବା ଦେଖି ପୁକିସକୁ ସୂଚନା ଦେଇଥିଲେ । ଅଭିଯୋଗ ପାଇଁ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ଘରେ କେବେ ଚୋରି ହୋଇଛି ତାହା ଜଣା ପଡି ନାହିଁ ।

What’s your Reaction?
+1
0
+1
0
+1
4
+1
0
+1
0
+1
2
+1
0

Leave a Reply