ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା ୫୭ ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୫୬ ଟି ଦୋକାନ ପାଇଁ ୯୦୮ ଜଣ ଆବେଦନକାରୀ ଅଛନ୍ତି । ଏହି ସବୁ ଆବେଦନକାରୀଙ୍କ ମଧ୍ୟରୁ ଦୋକାନ ପ୍ରଦାନ ପାଇଁ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲଟେରୀ ହେବାର ଥିଲା । ତେବେ ବୁଧବାର ଦିନ TTPS ବନ୍ଦ ପ୍ରତିବାଦରେ ଅନୁଗୁଳ ବନ୍ଦ ଡାକରା ଦିଆ ଯାଇ ଥିବାରୁ ଏହି ଲଟେରୀକୁ ବୁଧବାର ବନ୍ଦ କରାଯାଇଛି । ଗୁରୁବାର ଦିନ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦିନ ୧୧ ଟା ବେଳେ ଲଟେରୀ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର କରା ଯାଇଥିବା ଅବକାରୀ ଅଧିଧ୍ୟକ ବିବେକାନନ୍ଦ ନାୟକ ସୂଚନା ଦେଇଛନ୍ତି ।
What’s your Reaction?
+1
+1
+1
+1
+1
+1
+1