ଅପରାଧ ଲିଙ୍କ ଦେଇ ବରିଷ୍ଠ କିରାଣୀଙ୍କ ଠାରୁ ଠକି ନେଲା ୧ ଲକ୍ଷ ୧୮ ହଜାର ଟଙ୍କା Angul OnlineJuly 29, 2023July 29, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ ସାଇବର ଠକାମୀର ଶିକାର ହୋଇଛନ୍ତି । ଦୁର୍ବୃତ୍ତ ମାନେ ଅତି ଚାଲାକିରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୮ ହଜାର ୫୦୦ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କଣ୍ଟାନାଳୀର ବିଶ୍ୱ ରଞ୍ଜନ ପଣ୍ଡା ଅନୁଗୋଳ କୋର୍ଟରେ ବରିଷ୍ଠ କିରାଣୀ ଭାବେ କାମ କରନ୍ତି । ଗତ ଗୁରୁବାର ଦିନ ସେ ଅଫିସରେ କାମ କରୁଥିବା ବେଳେ ଦିନ ପ୍ରାୟ ୩.୪୫ ବେଳେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ତାଙ୍କ କ୍ରେଡିଟ କାର୍ଡରେ ଥିବା ୮୮୯୪ ଟଙ୍କାର ପଏଣ୍ଟ ଆସନ୍ତାକାଲି ସମାପ୍ତ ହୋଇଯିବ । କ୍ୟାସବ୍ୟାକ ପାଇବାକୁ ହେଲେ ଦିଆଯାଇଥିବା ଲିଙ୍କରେ କ୍ଲିକ କରିବାକୁ ନିର୍ଦ୍ଦେଶ ଥିଲା । ଏହାପରେ ତାଙ୍କ କ୍ରେଡିଟ କାର୍ଡ ଆକାଉଣ୍ଟରୁ ପ୍ରଥମ କିସ୍ତିରେ ୪୮ ହଜାର ୫୦୦ ଟଙ୍କା ଓ ପରବର୍ତ୍ତୀ କିସ୍ତିରେ ୭୦ ହଜାର କଟି ଯାଇଥିଲା । ଏହା ଦେଖି ବିଶ୍ୱ ରଞ୍ଜନ ତୁରନ୍ତ ବ୍ୟାଙ୍କ ଆପ୍ଲିକେସନ ଜରିଆରେ କ୍ରେଡିଟ କାର୍ଡକୁ ବ୍ଲକ କରି ଦେଇଥିଲେ । ଫଳରେ ଠକ ଆଉ ଟଙ୍କା ନେଇ ପାରି ନଥିଲା । ଏଭଳି ସାଇବର ଠକଙ୍କ ଶିକାର ହେବା ପରେ ବିଶ୍ୱ ରଞ୍ଜନ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…
୭ ମୋଟରସାଇକେଲ ଚୋର ଗିରଫ – ୬ ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ହେଉଥିବା…
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…