ସମସ୍ୟା ରାସ୍ତାରେ ପାଇଖାନା – ଯିବା ଆସିବାରେ ଆସୁବିଧା ଭୋଗୁଛନ୍ତି ଲୋକେ Angul OnlineOctober 9, 2023October 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଡକେରାଜାଙ୍ଗ ଗାଁର ଏକ ପରିବାର ସରକାରୀ ଜାଗାରେ ଜୋର ଜବରଦସ୍ତ ପାଇଖାନା ଓ ଟାଙ୍କି ନିର୍ମାଣ କରିବା ଫଳରେ ସାଧାରଣ ଲୋକ ରାସ୍ତାରେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ , ଗାଁର ପ୍ଲଟ ନମ୍ବର ୩୪୦ ରେ ଗାଁର କାଳିଆ ସାହୁ , ଲୋଚନ ସାହୁ ଓ ସୁକେଶ ସାହୁ ଏକ ପାଇଖାନା କରିବା ସହ ପାଇଖାନା ଟାଙ୍କି ମଧ୍ୟ ନିର୍ମାଣ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ସରକାରୀ ଜାଗା ଉପରେ ଥିବା ବେଳେ ସେହି ଜାଗା ରାସ୍ତା ଭାବରେ ବ୍ୟବହାର ହେଉଥିଲା । ଏବେ ସେଠାରେ ପାଇଖାନା ଓ ଟାଙ୍କି ନିର୍ମାଣ ପରେ ଲୋକ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଲୋକ ଏ ନେଇ ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଆର ଆଇ ଆସି ଜାଗା ଚିହ୍ନଟ କରିଥିଲେ । ଏହା ସତ୍ୱେ ସେମାନେ ପାଇଖାନା ଓ ଟାଙ୍କି ଭାଙ୍ଗୁ ନାହାନ୍ତି । ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ଏ ନେଇ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସରକାରୀ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବାକୁ ଦାବି ହୋଇଛି । Advertisement
ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର କିଶୋରନଗର – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ । ଏପରି କି…
କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ଦାବିରେ ଅନଶନରେ ବସିଲେ ବିଧାୟକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସ.ଏ.ପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ…
ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖା ଗଲାଣି । ପିଇବା ପାଣି ଟିକିଏ…