ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ

ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି । ତାଳଚେର ଓ କଣିହାଁ ଠାରେ ଥିବା ସମସ୍ତ କୋଇଲା ଖଣିରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ଜଣା ଯାଇଛି । ସୁଚନା ଅନୁସାରେ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କୋଇଲା ଭଡ଼ା ବୃଦ୍ଧି ପାଇଁ ପ୍ରଶାସନ ଓ ପ୍ଲାଣ୍ଟ ମାନଙ୍କୁ ବାରମ୍ବାର ନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ହେବ ନିର୍ଦ୍ଧାରିତ ଭଡାରେ ଟ୍ରକ ଗୁଡିକ ଚଳାଚଳ କରୁଥିବାରୁ ଆଜିର ସମୟରେ ଟ୍ରକ ଏବଂ ଏହାର ଯନ୍ତ୍ରାଂଶ ସହ ସମସ୍ତ ଜିନିଷର ଦରବୃଦ୍ଧି ଘଟିଛି । ହେଲେ ଆଜି ପର୍ଯ୍ୟନ୍ତ ଭଡା ବୃଦ୍ଧି ହୋଇ ନଥିବାରୁ ଏ ନେଇ ଜିଲ୍ଲା ପ୍ରଶାସନ ପ୍ଲାଣ୍ଟ କତ୍ତୃପକ୍ଷ ଓ ଟ୍ରକ ମାଲିକ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏହା ସତ୍ୱେ ମଧ୍ୟ ଏହା ଫଳପ୍ରଦ ହୋଇ ନଥିଲା । ତେବେ ଦିନକୁ ଦିନ ଟ୍ରକର ସମସ୍ତ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ପୂର୍ବ ଧାର୍ଯ୍ୟ ରେଟରେ ଟ୍ରକ ଚଲାଇବାକୁ ମାଲିକମାନେ ଅସମର୍ଥ ହେଉଥିବା କହିଛନ୍ତି । ଯେ ପର୍ଯ୍ୟନ୍ତ ଟ୍ରକ ମାଲିକ ମାନଙ୍କର ସମସ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply