ସମସ୍ୟା ବିଶ୍ୱ ପରିବେଶ ଦିବସ ପାଇଁ ଗଛ ଲଗାଇ ୧୦ ଦିନ ପରେ ଉପାଡ଼ିଦେଲେ Angul OnlineJune 15, 2023June 15, 2023 ଅନୁଗୋଳ – ବିଶ୍ୱ ପରିବେଶ ଦିବସରେ ଗଛ ଲଗାଇଲେ । ଦୁଇ ସପ୍ତାହେ ଯାଇ ନଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଚାରାକୁ ବୁଲଡୋଜର ଲାଗାଇ ଉପାଡ଼ିଦେଲେ । ବୃକ୍ଷରୋପଣ କରାଯାଇଥିବା ପଡିଆକୁ ସମତୁଲ କରିବା ପାଇଁ ଉପାଡ଼ି ଦିଆଗଲା ବିଶ୍ୱ ପରିବେଶ ଦିବସରେ ଲାଗିଥିବା ସବୁ ଗଛ । ଅନୁଗୋଳ ସହର ଉପକଣ୍ଠ ଖଲାରୀ ହାଇସ୍କୁଲରେ ଏଭଳି ଚିତ୍ର ସାମ୍ନାକୁ ଆସିଥିବା ବେଳେ ଚାରା ଉପାଡ଼ିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ଉପାଡିବାର ଥିଲା ତେବେ କାହିଁକି ସ୍କୁଲ କର୍ତ୍ତୃପକ୍ଷ ଚାରା ରାପଣ ପାଇଁ ଅନୁମତି ଦେଉଥିଲେ । ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଗତ ୫ ତାରିଖ ଦିନ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସ୍ଥାନୀୟ ରାମେଶ୍ଵର ୟୁଥ୍ କ୍ଲବ, ଖଲାରୀ ହାଇସ୍କୁଲ କର୍ତ୍ତୃପକ୍ଷ ଓ ବନ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସ୍କୁଲ ପରିସରରେ ୫୦ରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା । ଗ୍ରାମର ଶତାଧିକ ଲୋକ, ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ ଏଥିରେ ସାମିଲ୍ ହୋଇଥିଲେ । ରାମେଶ୍ଵର ୟୁଥ୍ କ୍ଲବର ସଦସ୍ୟ ଚାରା ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଥିଲେ । ମାତ୍ର ଚାରାରୋପଣକୁ ୧୦ ଦିନ ନପୂରୁଣୁ ବୁଲଡୋଜର ଲଗାଇ ଚାରା ସବୁକୁ ନଷ୍ଟ କରିଦିଆଯାଛି । ବୃକ୍ଷରୋପଣ କ୍ଷେତ୍ରକୁ ସମତୁଲ କରିଦିଆଯାଇଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼କଥା ହେଲା, ଚାରାରୋପଣ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅନୁମତି ଆଣିଥିଲା । ଏମିତିକି କେଉଁ ଚାରା ରୋପଣ କରାଯିବ ତାଲିକା ମଗାଯାଇଥିଲା । ଏଭଳି ସ୍ଥିତିରେ ସମସ୍ତ ଚାରାକୁ ଉପାଡ଼ିଦେବା ସମସ୍ତଙ୍କୁ ତାଜୁବ କରିଛି । ଏ ସଂକ୍ରାନ୍ତରେ ଖଲାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ଦାଶଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ରୋପଣ କରାଯାଇଥିବା କୌଣସି ଚାରା ନଷ୍ଟ କରାଯାଇନାହିଁ । ଚାରା ସବୁକୁ ସୁରକ୍ଷିତ ଭାବେ ଉଠାଇ ରଖାଯାଇଛି । Advertisement
୨୨ କି.ମି.ର ଦୁଃଖ – ସରିବ କେବେ !! ଅନୁଗୁଳ – ଅନୁଗୁଳ ଜିଲ୍ଲାବାସୀ ତଥା ଅନୁଗୁଳକୁ କିମ୍ବା ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଏବେ ବେଶ କଷ୍ଟ ଦେଉଛି…
ଆରଡବ୍ଲୁଏସଏସ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି – କଂଗ୍ରେସ ତାଳଚେର – ତାଳଚେର କଂଗ୍ରେସ ପକ୍ଷରୁ ଆରଡବ୍ଲୁଏସଏସ ଦ୍ୱାରା ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି…
କୋଇଲା ଖଣିକୁ ବିରୋଧ କରି ବିରାଟ ରାଲିରେ ଆସି ତହସିଲ ଘେରାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ପୁଣିଥରେ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଡାକରାରେ କ୍ଷତି ଗ୍ରସ୍ତ ପ୍ରଜା ମାନେ…