ମୁଖ୍ୟ ଖବର ଆଇ କାର୍ଡ ମାଗିଲେ ଲୋକେ – ହଟହଟା ହେଲେ ଟାକ୍ସ କର୍ମଚାରୀ Angul OnlineMay 26, 2022May 26, 2022 ଅନୁଗୁଳ – ଆଇ କାର୍ଡ ନଥିବାରୁ ହଟହଟା ହେଲେ ଟାକ୍ସ କର୍ମଚାରୀ । ଗାଡି ଅଟକାଇ ଫାଇନ କାଟିବା ବେଳେ ଲୋକ ଆଇ କାର୍ଡ ମାଗିଲେ ଆଉ ଆଇକାର୍ଡ ଦେଖେଇ ନପାରିବାରୁ ବାଧ୍ୟ କର୍ମଚାରୀ ମାନଙ୍କୁ ଫେରି ଆସିବାକୁ ପଡିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ନିକଟରେ ଜାତୀୟ ରାଜପଥ -୫୫ ଉପରେ ସିଟି ଏବଂ ଜିଏସଟି ଏନଫୋର୍ସମେଣ୍ଟ କର୍ମଚାରୀ ମାନେ ବିଭିନ୍ନ ମାଲବୁହା ଗାଡି ଅଟକାଇ ଜିନିଷର କାଗଜପତ୍ର ଯାଞ୍ଚ କରୁଥିଲେ । ଯେଉଁମାନଙ୍କର ଜିଏସଟି କିମ୍ବା ଅନ୍ୟାନ୍ୟ କାଗଜପତ୍ର ନଥିଲା ସେମାନଙ୍କ ଠାରୁ ଜୋରିମାନା ଆଦାୟ କରୁଥିଲେ । ଜଣେ ଗାଡିର କର୍ମଚାରୀ କାଗଜପତ୍ର ଅଛି ଭୁଲ ବଶତଃ ଛାଡି ଆସିଛି କହିବା ସତ୍ୱେ ତାଙ୍କୁ ସମୟ ନଦେଇ ତାଙ୍କଠାରୁ ମଧ୍ୟ ଜୋରିମାନା ଆଦାୟ କରିଥିଲେ । ତେବେ ଏହି ଜାଞ୍ଚ ବେଳେ ହଠାତ ଜଣେ ବ୍ୟବସାୟୀ ଅପଣ ମାନେ କିଏ ଏବଂ ତାର ପ୍ରମାଣ କଣ ବୋଲି ପଚାରିଥିଲେ । ସେଠାରେ ଜାଞ୍ଚ କରୁଥିବା ୩ ଜଣ କର୍ମଚାରୀଙ୍କୁ ଆଇକାର୍ଡ କିମ୍ବା କୌଣସି ପ୍ରମାଣ ଦେଖାଇବାକୁ କହିଥିଲେ । ହେଲେ କର୍ମଚାରିମାନେ ଆଇକାର୍ଡ ଆଣି ନାହାନ୍ତି ବୋଲି କହିଥଲେ । ଅଫିସରେ ଅଛି ମଗେଇ ଦେଖାଇ ପାରିବେ ବୋଲି କର୍ମଚାରୀ କହିଥିଲେ । ହେଲେ ସେତେବେଳକୁ ଲୋକ ରୁଣ୍ଡ ହୋଇସାରିଥିବା ବେଳେ ବ୍ୟବସାୟୀ ପାଖରେ କାଗଜପତ୍ର ଅଛି ଆଣିବାକୁ କହିଲେ ଆପଣ ଅନୁମତି ନଦେଇ ଜୋରିମାନା କରୁଛନ୍ତି ଆପଣଙ୍କୁ କାହିଁକି ସମୟ ଦିଆଯିବ ବୋଲି ଲୋକ ଓଲଟା ପ୍ରଶ୍ନ କରିଥିଲେ । ପରିସ୍ଥିତି ସାମାନ୍ୟ ବିଗୁଡୁଥିବା ଦେଖି ତିନି କର୍ମଚାରୀ ଘଟଣା ସ୍ଥଳରୁ ପଳାଇଯିବା ବୁଦ୍ଧିମାନର କାମ ଚିନ୍ତା କରି ସେଠାରୁ ଖସି ଆସିଥିଲେ । ଏହି ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । Advertisement
କୂଅ ଭିତରେ ପଡିଲା ହାତୀ – ୮ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୁଳ – ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ର ଏକ କୂଅରେ ଏକ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ପଡିଥିବା ୮…
ଅପାରଗ ଟ୍ୟାକ୍ସ କଲେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ପୁଣି ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା…