ମୋଟର ସାଇକେଲକୁ ଧକ୍କା ଦେଲା ଟ୍ରକ – ଦୁଇ ଭଉଣୀ ମୃତ

ମୋଟର ସାଇକେଲକୁ ଧକ୍କା ଦେଲା ଟ୍ରକ – ଦୁଇ ଭଉଣୀ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସମ୍ପର୍କରେ ଦୁଇ ଭଉଣୀ ହେବେ ବୋଲି ଜଣା ପଡିଛି । ସୂଚନା ଅନୁସାରେ କଟକ , ଗୋବିନ୍ଦପୁର ରାଣୀପଡା ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓଝା , ଯାଜ୍ଞସେନୀ ମହାରଣା ନାମକ ଦୁଇଜଣ ଯୁବତୀ ଦୁର୍ଯୋଧନ ମହାରଣାଙ୍କ ସହ ବସି ତାଳଚେର ଡେରା ଅଞ୍ଚଳକୁ ଯାଉଥିଲେ । ତେବେ ଗୋତମରା ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଟ୍ରକଟି ଲକ୍ଷ୍ମୀପ୍ରିୟା ଓଝା , ଯାଜ୍ଞସେନୀ ମହାରଣାଙ୍କ ଉପରେ ଚଢି ଯିବା ଫଳରେ ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେପଟେ ମୋଟରସାଇକେଲ ଚଲାଉଥିବା ଦୁର୍ଯୋଧନ ମଧ୍ୟ ଗୁରୁତର ହୋଇ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରକଟିକୁ ଜାତତ କରିଛନ୍ତି । ଟ୍ରକର ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି ।

What’s your Reaction?
+1
0
+1
0
+1
1
+1
0
+1
2
+1
0
+1
5

Leave a Reply