ଅପରାଧମୁଖ୍ୟ ଖବର ଚଢା ସୁଧରେ ଟଙ୍କା ଋଣ ଦେଉଥିବା ଅଭିଯୋଗରେ ଦୁଇ ଗିରଫ Angul OnlineFebruary 18, 2021February 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମରେ ଟଙ୍କା ଋଣ ଦେବା ସହ ଚଢା ହାରରେ ସୁଧ ସଂଗ୍ରହ କରୁଥିବା ଅଭିଯୋଗରେ ଦୁଇ ଜଣକୁ ବଅଁରପାଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ନୂଆହତା ଗ୍ରାମ ଅଞ୍ଚଳରେ ନିଜକୁ ଶ୍ରୀ ବିଜୟ ଦୁର୍ଗା ଫାଇନାନ୍ସ କମ୍ପାନୀର କର୍ମଚାରୀ ବୋଲି ପରିଚୟ ଦେଇ ବିଭିନ୍ନ ଦୋକାନ ମାଲିକଙ୍କୁ ତାଙ୍କର ଦୋକାନର ଆର୍ଥିକ ଅବସ୍ଥା ଦେଖି ଶତକଡ଼ା ୭%ରେ ସୁଧରେ ଟଙ୍କା ଦେଉଥିଲେ । ଆଉ ଋଣ ଗ୍ରାହୀତାଙ୍କ ସହିତ , ଦେଇଥିବା ଟଙ୍କାକୁ ତିନି ମାସ ମଧ୍ୟରେ ସାପ୍ତାହିକ ହିସାବରେ ଆସି ଟଙ୍କା ସଂଗ୍ରହ କରିବାକୁ ଚୁକ୍ତି କରୁଥିଲେ । ଆଜି ନୂଆହତା ଅଞ୍ଚଳରେ ସୁଧକୁ ଟଙ୍କା ଦେଇଥିବା ବେଳେ କେତେକ ଲୋକ ତାଙ୍କର ସୁଧ ବେପାର କରିବା ପାଇଁ ଲାଇସେନ୍ସ ଓ ସରକାରୀ ନିର୍ଦ୍ଦେଶ ନାମା ବିଷୟରେ ପଚାରିବାରୁ ଉଭୟ ଯୁବକ ତାଙ୍କୁ ଧମକ ଚମକ ଦେଇଥିଲେ । ଫଳରେ ଏ ସମ୍ପର୍କରେ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ବଅଁରପାଳ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁଇ ସୁଧ ବେପାରୀକୁ ଧରି ଥାନାକୁ ଆଣି ପଚରା ଉଚାର କରିବା ପରେ ପୁଲିସ ଜାଣିବାକୁ ପାଇଥିଲେ ଯେ ଏମାନେ ଆନ୍ଧ୍ରପ୍ରଦେଶ ରାଜ୍ୟର ଓ ଅଧିକ ସୁଧ ହାରରେ ସୁଧ ବେପାର କରିବା ପାଇଁ ତାଙ୍କ ପାଖରେ କୌଣସି ଲାଇସେନ୍ସ ନାହିଁ । ତାଙ୍କୁ କୌଣସି ସୁଧ ବେପାର କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇନାହିଁ । ନୂଆହତା ଗ୍ରାମରେ ଅଧିକ ସୁଧ ହାରରେ ଋଣକୁ ଟଙ୍କା ନେଇଥିବା ଋଣ ଗ୍ରହୀତାଙ୍କ ଅଭିଯୋଗ କ୍ରମେ ବଅଁରପାଳ ପୁଲିସ ଓଡ଼ିଶା ମନି ଲଣ୍ଡରିଂ ଦଫା ୭୦/୨୧ରେ ମାମଲା ରୁଜ୍ଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା । ଉଭୟ ସୁଧ ବେପାରୀଙ୍କ ମଧ୍ୟରୁ ଜଣେ ଆନ୍ଧ୍ରପ୍ରଦେଶ ରାଜ୍ୟର ସୋନପୁର ଜିଲ୍ଲା , ବାଙ୍କୀ ଗ୍ରାମର ପଡ଼ଲା ଭି କ୍ରୀଷ୍ଣା ରେଡ଼ି(୩୯) , ଏବଂ ଅନ୍ୟ ଜଣକ ହେଲେ ପୂର୍ବ ଗୋଦାବରୀ ଜିଲ୍ଲା ଆନାପତି ଗ୍ରାମର କେ ଗୋପାଳ କ୍ରୀଷ୍ଣା ରେଡ଼ି(୩୭) । ସେମାନଙ୍କ ଠାରୁ ୮୬ହଜାର ଟଙ୍କା , ଗୋଟିଏ ମୋଟରସାଇକେଲ , ଦୁଇଟି ମୋବାଇଲ ଫୋନ, ୬ ଟି ଆଧାର କାର୍ଡ ଓ ଅନ୍ୟ କେତେକ ଲୋନ ଦେବା ଫର୍ମ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ସୁନୀଲ କୁମାର କର ସୂଚନା ଦେଇଛନ୍ତି । Advertisement
ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ପ୍ରାସାଶନ ବନ୍ଦ କରିଛି । ସୂଚନା ଅନୁସାରେ ଇଛାପୁର ଗ୍ରାମରେ ଆଗାମୀ…
୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…
ଭିନ୍ନକ୍ଷମ ବୃଦ୍ଧ ଜୀବନ୍ତ ଦଗ୍ଧ ବନ୍ତଳା – ଅନୁଗୁଳ ବ୍ଲକ ଶଙ୍ଖପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଜଣେ ଭିନ୍ନକ୍ଷମ ବୃଦ୍ଧ ଜଳିଯାଇଛନ୍ତି । ପ୍ରାପ୍ତ ସୂଚନା…