ମୁଖ୍ୟ ଖବର ହାତୀ ଆକ୍ରମଣରେ ଦୁଇ ମୃତ – ଜଣେ ଗୁରୁତର Angul OnlineAugust 29, 2023August 29, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ବନ୍ତଳା ବନାଞ୍ଚଳ ତଲଗଡ଼ ଗାଁରେ ହାତି ଆକ୍ରମଣ କରିବା ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ତଲଗଡ଼ ଗାଁର ସୁଲୋଚନା ବିଶ୍ୱାଳ ଓ ତାଙ୍କ ସ୍ବାମୀ ଛବିନ୍ଦ୍ର ବିଶ୍ୱାଳ ନିଜ ବାଇଗଣ ବାଡ଼ିରେ କାମ କରୁଥିଲେ । ହଠାତ ଏକ ଗୋଠ ଛଡା ଦନ୍ତା ସେମାନଙ୍କୁ ଆକ୍ରମଣ କରିଥିଲା । ହାତୀ ସୁଲୋଚନଙ୍କୁ କଚାଡି ମାରି ଦେଇଥିବା ବେଳେ ହାତୀ ଆକ୍ରମଣରେ ଛବିନ୍ଦ୍ର ମଧ୍ୟ ଆହତ ହୋଇଥିଲେ । ଛବିନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହାତୀ ଆକ୍ରମଣ ଘଟଣା ପରେ ସ୍ଥାନୀୟ ଲୋକେ ତାତି ଉଠିଥିଲେ। ଦିନ ୧୨ଟା ପରଠାରୁ ବନ୍ତଳା ଛକରେ ତଳଗଡ଼ ଗାଁର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ମୃତଦେହ ରଖି ଅନ୍ଦୋଳନ କରିଥିଲେ । ବନ୍ତଳା ରେଂଜର ନୀଳାଦ୍ରି ନାଥ ସାହୁ ଓ ଅନୁଗୁଳ ଏସ୍ସିଏଫ୍ କୃଷ୍ଣଚନ୍ଦ୍ର ସାହୁ , ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ ଆଦି ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଲୋକଙ୍କ ସହିତ ଆଲୋଚନା କରିଥିଲେ । କ୍ଷତିପୁରଣ ସହ ହାତୀ ଦାଉରୁ ସ୍ଥାୟୀ ସମାଧାନ ଦାବିରେ ଆନ୍ଦୋଳନ କରିଥିଲେ । ପରେ ଏ ସବୁର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଲୋକେ । ସେହିଭଳି ବନ୍ତଳା ଫରେଷ୍ଟ ରେଞ୍ଜ ମହିଧରପୁର ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ହିନ୍ଦୋଳ , ବରଡ଼ାପାଳ ଗାଁରେ ଗ୍ରାମର ଚୈତନ୍ୟ ନାୟକ ବୋଲି ଜଣା ପଡିଛି । ସେ ଶୌଚ ପାଇଁ ଯାଇଥିଲା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା । Advertisement
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…
ଦୁର୍ଘଟଣାରେ ଦୁଇ ମୃତ – ତିନି ଗୁରୁତର ଅନୁଗୁଳ – ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ…
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…