ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏବେ ବି ଜିଲ୍ଲାରେ ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ଚାଲୁ ରହିଛି । ତେବେ ଏହି ସମୟରେ ମଧ୍ୟ କିଛି ଅମାନିଆ ନିୟମ ମାନୁ ନାହାନ୍ତି । ସକାଳ ସମୟରେ ଜରୁରୀ ଦୋକାନ ଖୋଲା ଯାଉଥିବା ବେଳେ ଦୋକାନରେ ନାହିଁ ନଥିବା ଭିଡ ମଧ୍ୟ ହେଉଛି । ଆଉ କିଛି ଦୋକାନୀ ଲୁଛାଛପାରେ ଦୋକାନ ଖୋଲି ବେପାର କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଅନୁଗୁଳ ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବଜାର ଛକରେ ଥିବା ସୁମନ ଟ୍ରେଡ଼ର୍ସ ଓ ଲକ୍ଷ୍ମୀ ଟ୍ରେଡ଼ର୍ସରେ ବ୍ୟାପକ ଭିଡ ଥିବା ଯୋଗୁଁ ଏହି ଦୁଇ ଦୋକାନକୁ ସିଲ କରି ଦିଆ ଯାଇଛି । ସେହିପରି ଅନୁଗୁଳ ବଜାରରେ ଥିବା ଶୀତଳ ପ୍ଲାଜାରେ କିଛି ଦୋକାନୀ ଦୋକାନ ଖୋଲିଥିବା ଖବର ପାଇ ପୁଲିସ ଚଢାଉ କରିଥିଲା । ସେମାନଙ୍କୁ ପୁଲିସ ତାଗିଦ କରିବା ସହ ଜୋରିମନା କରିଥିଲା । ସହରର ବିଭିନ୍ନ ସ୍ଥାନରେ ଆଜି ଚଢାଉ କରି ଏଭଳି ଅମାନିଆଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମନା କରିଛି ।
What’s your Reaction?
+1
+1
+1
+1
+1
+1
+1