ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ

ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ ବିଭିନ୍ନ ପ୍ରକାରର ଯୋଜନା , ବିଭିନ୍ନ ଯନ୍ତ୍ରପାତି କିଣା ଯାଉଛି , ହେଲେ ଏବେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ କୂଢ କୂଢ ଅଳିଆ ପଡୁଥିବା ଦେଖିବାକୁ ମିଳୁଛି ତେବେ ସଫେଇ ପାଇଁ ପୌରପାଳିକା ଅଧୀନରେ ରହିଥିବା ସଫେଇ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ମଧ୍ୟ ସହରର ଆବର୍ଜନା ଉଠି ପାରୁ ନଥିବା ଚର୍ଚ୍ଚା ହେଉଛି କେତେବେଳେ ଅଳିଆ ଉଠା ଯାଉଛି ତ କେତେବେଳେ ଏହି ସଫେଇ କର୍ମଚାରୀ ମାନେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି ତେବେ ଆଜି ଅନୁଗୁଳ ଅନଲାଇନ କ୍ୟାମେରାରେ  ସଫେଇ କର୍ମଚାରୀଙ୍କ ଏଭଳି ଏକ କାରନାମା ଧରା ପଡିଛି । ସହରର ଥାନା ଛକ ପାଖରେ ଆଜି (ସୋମବାର) କିଛି ସଫେଇ କର୍ମଚାରୀ ଆବର୍ଜ୍ଜନା ବୁହା ଟ୍ରାକ୍ଟର ନେଇ ପହଞ୍ଚିଥିଲେ । ଛକ ନିକଟର ଥିବା ଭଲିବଲ ପଡିଆ ପାଚେରିକୁ ଲାଗି ଜାତୀୟ ରାଜପଥ କଡରେ କିଛି ଅଳିଆ ପଡିଥିଲା ତେବେ ଉକ୍ତ ଅଳିଆକୁ ଟ୍ରାକ୍ଟରରେ ନେଇଯିବା ପରିବର୍ତ୍ତେ ଉକ୍ତ କର୍ମଚାରୀ ମାନେ ଝୁଡିରେ ଅଳିଆ ଉଠାଇ ପାଚେରି ପଛପଟକୁ (ଭଲିବଲ ପଡିଆ ପଟକୁ) ପକାଉଥିବା ଦେଖିବାକୁ ମିଳିଥିଲା । ଟ୍ରାକ୍ଟର ଥିଲେ ମଧ୍ୟ ଅଳିଆ ଆବର୍ଜ୍ଜନାକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସେହିଠାରେ ପକାଇବା କର୍ମଚାରୀଙ୍କ ଠକାମି ବୋଲି ସ୍ପଷ୍ଟ ହେଉଛି । ତେବେ ଏ ସମ୍ପର୍କରେ ଦାୟିତ୍ଵରେ ଥିବା ପୌରପାଳିକାର ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ଯୋଗାଯୋଗ ହୋଇ ପାରି ନଥିଲା  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored