ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ଚଣ୍ଡୀବଜାର ନିକଟରେ ଆଜି (ଗୁରୁବାର) ରାତି ପ୍ରାୟ ୯ ବେଳେ ଦୁବୃତ୍ତଙ୍କ ଛୁରା ମାଡରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ହେମସୁରପଡାର ୫ ଯୁବକ ଚଣ୍ଡୀବଜାର ଠାରେ ଥିବା ଏକ ଢାବାକୁ ଖାଇବାକୁ ଯାଇଥିଲେ । ସେଠାରୁ ଖାଇ ଛକ ନିକଟରେ ଛିଡା ହୋଇଥିବା ବେଳେ ସେଠାରେ ଥିବା ଦୁଇଜଣ ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ଉଭୟଙ୍କ ମାଧରେ ଯୁକ୍ତି ତର୍କ ହୋଇଥିଲା । ଏହି ଯୁକ୍ତିତର୍କ ବେଳେ ଗାଳି କରୁଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ହଠାତ ଏକ ପେପର କଟା ଛୁରି କାଢି ଏହି ୫ ଜଣଙ୍କୁ ଆକ୍ରମଣ କରିଥିଲା । ଛୁରି ରଞ୍ଜନ ବେହେରା , ସୁନୀଲ ବସା ନାମକ ଦୁଇ ଜଣ ଯୁବକଙ୍କ ପେଟରେ ବାଜିଥିବା ଯୋଗୁଁ ସେମାନେ ଗୁରୁତର ଅବସ୍ଥାରେ ପଡି ଯାଇଥିଲେ । ଏହି ଦୁବୃତ୍ତଙ୍କ ଆକ୍ରମଣରେ ରବି ନାରାୟଣ ଜେନା ନାମକ ଆଉ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଦୁଇ ଦୁବୃତ୍ତ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଆହତ ମାନଙ୍କୁ ଅନ୍ୟ ସହଯୋଗୀ ମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
What’s your Reaction?
+1
+1
+1
+1
12
+1
3
+1
+1
5