Uncategorized ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ Angul OnlineApril 14, 2023April 14, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ଏହା ସହ ଆଉ ଜଣେ ଗାଡି ଚାଳକ ଆହତ ମଧ୍ୟ ହୋଇଛନ୍ତି । ଆହତ ଟ୍ରକ ଡ୍ରାଇଭରଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଡ୍ରାଇଭରଙ୍କର ପରିଚୟ ଅସ୍ପଷ୍ଟ ରହିଛି । ଖବର ଲେଖାଯିବା ଯାଏ ଟ୍ରକ ଭିତରେ ଚାପି ହୋଇ ରହିଥିବା ମୃତ ଗାଡିଚାଳକକୁ ଗାଡିରୁ ଉଧାର କରାଯାଇ ପାରିନାହିଁ । ତେବେ ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଭାରିଯାନ ଅଟକି ରହିଛି । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ଭୁବନେଶ୍ବର – ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ…
ହାତ ଗୋଡ ବନ୍ଧା ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ହାତ ଗୋଡ଼…
ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି – ମୁକେଶ ପାଳ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡାର ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି । ଟଙ୍କାଟିଏ ନ ଦେଇ କୋଟିଏ ଟଙ୍କା ଦେଇଥିବା ମିଥ୍ୟା ତଥ୍ୟ ଦେଉଛନ୍ତି…