ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା – ୬୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ସାମିଲ

      

ଅନୁଗୋଳ – ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବହୁ ଧୁମଧାମରେ ପାଳନ ହୋଇଛି  । ପୂର୍ବାହ୍ନ ୯ଟାରେ ପହଣ୍ଡିରେ ତିନି ଦିଅଁଙ୍କୁ ରଥାରୂଢ଼ କରାଯାଇଥିଲା । ଏହାପରେ ଦିନ ୧୨ଟା ୫୦ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଏସ୍‌ ପି ସୁଧାଂଶୁ ଶେଖର ମିଶ୍ର ଛେରା ପହଁରା କରିଥିଲେ । ପରେ ଅପରାହ୍ନ ୩.୪୩ରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘୋଷ ଯାତ୍ରାରେ ପାଖାପାଖ‌ି ୬୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଅନୁଗୋଳ ଜିଲ୍ଲା କୋର୍ଟ ନିକଟରେ ୩ ରଥ ଅଟକିବା ପରେ ସେଠରେ ଭୋଗ କରାଯାଇଥିଲା । ପରେ ଥାନା ସମ୍ମୁଖରେ ମାଉସୀ ମା ଘରୁ ଆସିଥିବା ପୋଡ଼ ପିଠା ଭୋଗ କରାଯାଇଥିଲା । ରଥ ଟଣା ସମୟରେ ଖରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଉପରେ ଅଗ୍ନିଶ୍ରମ ବିଭାଗ ଓ ପୌରପାଳିକା ପକ୍ଷରୁ ପାଣି ଛିଞ୍ଚନ କରାଯାଇଥିଲା । ସେହିଭଳି ଅନୁଗୋଳ ଓକିଲ ସଂଘ, ଜିଲ୍ଲା କଂଗ୍ରେସ ଓବିସି ସେଲ୍ ଓ ଠିକାଦାର ସଂଘ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଥଣ୍ଡା ପାନୀୟ ଜଳ ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ତେବେ ଚଳିତ ଥର ବଡ଼ଭାଇ ବଳଭଦ୍ର ଓ ମା ଶୁଭଦ୍ରା ଆଗେ ଆଗେ ଯାଇ ମାଉସୀ ମା ମନ୍ଦିରରେ ପହଞ୍ଚିଲେ । କିନ୍ତୁ କାଳିଆରନନ୍ଦିଘୋଷ ରଥର ଦଉଡ଼ି ୩ ଥର ଛିଣ୍ଡିବା ପରେ ପାଖାପାଖି ସାଢେ ୯ଟା ସମୟରେ ମାଉସୀ ମା ଘର ସମ୍ମୁଖରେ ପହଞ୍ଚିଲା ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored