ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ Angul OnlineMarch 15, 2022March 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହେଇଛନ୍ତି । ସୂଚନା ଅନୁସାରେ କଳମଛୁଇଁ ଦେଉଳ ଛକ ନିକଟରେ ମୃତକ ଜଣଙ୍କ ହେଲେ ତେଲିଶୀଙ୍ଗା ଗ୍ରାମର ଏମସିଏଲ୍ କର୍ମଚାରୀ ଶିବା ନନ୍ଦ ସାହୁ । ଆହତ ଜଣଙ୍କ ହେଲେ କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗ୍ରାମର ଦେବଦତ୍ତ ସ୍ୱାଇଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ପାଣି ଟ୍ୟାଙ୍କରକୁ ଜବତ କରିଛି । ସେହିପରି ଆଜି ଅପରାହ୍ନ ସମୟରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁଭର ନିକଟରେ ଏକ ଟିପର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ରାଣୀଗୋଡା ଗ୍ରାମର ଦିଲ୍ଲୀପ ପଟ୍ଟନାୟକ । ସେ ଭଣ୍ଡୁବର ଅଞ୍ଚଳକୁ କାମ କରିବାକୁ ଯାଉଥିବା ବେଳେ ଏକ ଟିପର ତାଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…
ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଶେଷକରି ଅନୁଗୁଳ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ପ୍ରଶାସନିକ ଅପରାଗତାକୁ ଦାୟି…
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…