ଆଞ୍ଚଳିକ ଅଚିହ୍ନା ମୃତଦେହ ଉଦ୍ଧାର Angul OnlineMay 26, 2021May 26, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି ପାରି ନାହିଁ । ସୂଚନା ଅନୁସାରେ ଗତ ୨୩ ତାରିଖ ଏହି ବୃଦ୍ଧ ଜଣଙ୍କ ବୀରବରପଲ୍ଲୀ ନିକଟରେ ହୋଇଥିବା ଅସ୍ଥାୟୀ କୋଭିଡ ସେଣ୍ଟର ନିକଟରେ ପଡିଥିଲେ । ଏ ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କୋଭିଡ୍ ଟେଷ୍ଟରେ ତାଙ୍କର ନେଗେଟିଭ ରିପୋର୍ଟ ଜଣାପଡିଛି । ମୃତ ବ୍ୟକ୍ତିଙ୍କର ଆନୁମାନିକ ବୟସ ୬୫ ବର୍ଷ , ପତଳା ଶରୀର ଓ ଦାଢ଼ି ଥିବାବେଳେ ସେ ଏକ ଧଳା ଗଞ୍ଜି ଓ ବାଇଗଣି ରଙ୍ଗର ଲୁଙ୍ଗି ପରିଧାନ କରିଛନ୍ତି । Advertisement
ଭାରତୀୟ ଡାକ ସେବାରେ ସିଂହ ଦ୍ୱାର ତାଳଚେର – ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ସ୍ଥିତ କିଶୋର କ୍ଲବ ଠାରେ ଅପରାର୍ହ୍ନ ୫ଘଟିକା ସମୟ ରେ ଭାରତୀୟ ଡାକ ବିଭାଗ ଆନୁକୂଲ୍ୟରେ ତାଳଚେର ରାଜା…
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ…