ଅନୁଗୁଳ – ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କର ଏକାଦଶାହ ତାଳଚେର ପିଏମଆଇଟି ଠାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦେଶରୁ ବିଭିନ୍ନ ଅଂଚଳ ରୁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ସାଂସଦ,ବିଧାୟକ,ପ୍ରାକ୍ତନ ମନ୍ତ୍ରୀ, ବିଧାୟକ, ସାଂସଦ, ବିଜେପି ସାଙ୍ଗଠନିକ ନେତୃତ୍ୱ,ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି,ବିଭିନ୍ନ ସଂଗଠନ ର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ପିଏମ ଆଇ ଟି ଆସି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ସଂଖ୍ୟାଲଘୁ ମୋର୍ଚ୍ଚା ର ରାଷ୍ଟ୍ରୀୟ ଉପ ସଭାପତି ଜାକିର ହୁସେନ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସହନାବାଜ ହୁସେନ, ଓ ତାଜେନ୍ଦ୍ର ସିଂହ ବାଗା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ମଧ୍ୟପ୍ରଦେଶ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତ, ତ୍ରିପୁରା ର ଉପ ବାଚସ୍ପତି ରାମ ପ୍ରସାଦ ପାଲ, ବିହାର ର ପ୍ରାକ୍ତନ ରାଜ୍ୟ ସଭାପତି ମୃତ୍ୟୁଞ୍ଜୟ ଝା, ବିହାର ସାଂସଦ ଗୋପାଳ ଜି ଠାକୁର, ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ନଗେନ୍ଦ୍ର ସିଂହ ପଟେଲ, ଙ୍କ ସମେତ ବାହାର ରାଜ୍ୟରୁ ବହୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ରାଜ୍ୟ ର ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ବିଭୁତି ଭୂଷଣ ଜେନା, ସୂର୍ଯ୍ୟବଂଶୀ ସୁରଜ ଙ୍କ ସମେତ ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ସମେତ ବହୁ ମନ୍ତ୍ରୀ ଓ ସାଂସଦ ବିଧାୟକ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବେଦପାଠ, ନାମ ସଂକୀର୍ତନ, ହନୁମାନ ଚାଳିଶା ପାଠ, ଭଜନ କୀର୍ତନ ତଥା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ପରିବେଶ ଉତ୍ସବ ମୁଖର ଥିଲା । ସମଗ୍ର ଦେଶ ଓ ରାଜ୍ୟରୁ କୋଣ ଅନୁକୋଣରୁ ଲକ୍ଷାଧିକ ବିଜେପି କାର୍ଯ୍ୟକର୍ତା ତଥା ଜନ ସାଧାରଣ ଯୋଗ ଦେଇଥିଲେ ।
ଡ଼ଃ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି
