ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ – ଆୟ ବର୍ହିଭୁତ  ସମ୍ପତ୍ତି ଠୁଳ ଅଭିଯୋଗ

ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଅନୁଗୁଳ – ଆୟ ବର୍ହିଭୁତ  ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରା ଯାଇଛି । ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ତାଙ୍କର ସରକାରୀ ବାସଭବନ ସହ କୁମଣ୍ଡ ଓ ଆମ୍ବପାଳସ୍ଥିତ ପୈତୃକ ଘର ଓ ଢେଙ୍କାନାଳ ମେରାମଣ୍ଡଳୀସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । କଟକ ଭିଜିଲାନ୍ସର ଦୁଇଜଣ ଡ଼ିଏସପିଙ୍କ ସମେତ ଅନୁଗୁଳ ଡ଼ିଏସପି ଓ ଅନ୍ୟ ଅଫିସର ଏହି ଚଢ଼ାଉରେ ସାମିଲ ଅଛନ୍ତି । ଚଢ଼ାଉ ବେଳେ ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ପ୍ରାୟ ୯୬ ଲକ୍ଷ ୯୭ ହଜାର ଟଙ୍କାର ଫିକ୍ସ ଏବଂ ଡିପୋଜିଟ ରହିଥିବା ଜଣା ପଡୁଛି । ଯେଉଁଥିରେ ୧୦ ଟି ଫିକ୍ସ ଡିପୋଜିଟ ରହିଛି । ତାଙ୍କର ଗୋଟିଏ ଦୁଇ ମହଲା ଘର ଓ ଗୋଟିଏ ଏକ ମହଲା ବିଶିଷ୍ଟ ଘର ଥିବା ଜଣା ପଡିଛି । ଏହା ସହ ଘରୁ ୧୧୦ ଗ୍ରାମ ସୁନା , ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ନଗଦ କ୍ୟାସ ବାହାରିଛି । ବିଭିନ୍ନ ସ୍ଥାନରେ ଜମି , ଘର ଓ ଗାଡି ଥିବା ଜଣା ପଡ଼ିଛି । ଏବେ ମଧ୍ୟ ଚଢ଼ାଉ ଜାରି ରହିଥିବା ବେଳେ ସଂପୂର୍ଣ୍ଣ ଆକଳନ ସାରିବା ପରେ ପ୍ରକୃତରେ ବିରଞ୍ଚି କେତେ ଟଙ୍କା ସମ୍ପତ୍ତିର ମାଲିକ ଜଣା ପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହା ଯାଇଛି ।

What’s your Reaction?
+1
0
+1
0
+1
2
+1
0
+1
14
+1
0
+1
1

Leave a Reply