ମୁଖ୍ୟ ଖବର ୱେଲଡିଙ୍ଗ୍ ଦୋକାନ ଘରୁ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର Angul OnlineApril 22, 2021April 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ଏକ ୱେଲଡିଙ୍ଗ୍ ଦୋକାନରୁ ୱେଲଡିଙ୍ଗ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ ସୂଚନା ଅନୁସାରେ ଅନୁଗୁଳ ଥାନା ଖଲାରୀ ଗ୍ରାମର ଅରକ୍ଷିତ(ହରି) ଗଡ଼ନାୟକ ବାଲିପଟ୍ଟାର ଚୌଧୁରୀ ସାହୁଙ୍କ ୱେଲଡିଙ୍ଗ୍ ଦୋକାନରେ ୪ବର୍ଷ ହେବ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ସେହି ଦୋକାନରେ ଅରକ୍ଷିତ ରହି ଆସୁଥିଲେ । ଆଜି ସକାଳେ ଚୌଧୁରୀ ଦୋକାନ ନିକଟରେ ପହଞ୍ଚି ଦୋକାନ ବନ୍ଦ ଥିବାର ଦେଖିଥିଲେ । ସଟର ଖୋଲି ଦୋକାନ ଭିତରକୁ ପଶିବା ପରେ ହରିକୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚି ଅରକ୍ଷିତଙ୍କ ମୃତଦେହ ଜବତ ପରେ ବ୍ୟବଛେଦ କରି ଘଟଣାର ତଦନ୍ତ ଚଳେଇଛି । ତେବେ ମରୁତ ଶରୀରର ଅବସ୍ଥିତି ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
ନିଆରା ଢଙ୍ଗରେ ଅଲମ୍ପିକ୍ସ ଶୁଭେଚ୍ଛା ଅନୁଗୁଳ – ଜାପାନର ଟୋକିଓରେ ଆଜି(ଶୁକ୍ରବାର) ଠାରୁ ଅଲମ୍ପିକ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତରୁ ମଧ୍ୟ ବିଭିନ୍ନ…
ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା ଅନୁଗୁଳ – ଆଜି ପ୍ରକାଶ ପାଇଲା ରାଜ୍ୟ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧିସୂଚନା । ଏଥି ସହିତ ଅନୁଗୁଳ ଜିଲ୍ଳାପାଳ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିସୂଚନା ତାଲିକା…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼ – ପୁଲିସ ସାଜିଲା ଦେଖଣାହାରୀ ଅନୁଗୁଳ – ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ…