ସ୍ବାମୀର ମାଡରେ ସ୍ତ୍ରୀ ମୃତ – ପରକ୍ରିୟା ସନ୍ଦେହରେ ହତ୍ୟା ଅଭିଯୋଗ

ଅନୁଗୁଳ – ପରକ୍ରିୟା ସନ୍ଦେହରେ ସ୍ତ୍ରୀକୁ ମାଡ ମାରିଲା ସ୍ଵାମୀ । ସ୍ବାମୀର ମାଡରେ ଟଳି ପଡିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟନା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ପାଟଣାସାହିରେ ଘଟି ଯାଇଛି । ସୂଚନା ଅନୁସାରେ ଅଭିଯୁକ୍ତ ସ୍ଵାମୀ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ଦାମୁ ହଟିଂ ଅଜୟ ସାମଲଙ୍କ ପୁଅ ସୁବ୍ରତ ସାମଲ ବୋଲି ଜଣା ପଡିଛି । ସୁବ୍ରତ ସାମଲ ଓ ସ୍ତ୍ରୀ ପାୟଲ ସାମଲ ଆଜିକୁ ପ୍ରାୟ ୮ ବର୍ଷ ହେବ ପ୍ରେମ ବିବାହ କରିଥିଲେ । ତାଙ୍କର ୫ ବର୍ଷର ଏକ ଝିଅ ଅଛି । ସୁବ୍ରତ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାରେ ଫିଟର ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି । ଆଜିକୁ ପ୍ରାୟ ୧ ବର୍ଷ ହେବ ନୂଆହତା ପାଟଣା ସାହିରେ ଭଡାରେ ରହି ଆସୁଥିଲେ । ତେବେ ସ୍ତ୍ରୀ ଅନ୍ୟ କାହା ସହ ଫୋନ୍ ରେ କଥା ହେବା ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛିଦିନ ହେବ ଝଗଡ଼ା ଲାଗି ରହିଥିଲା । ଆଜି ଦ୍ଵିପ୍ରହରରେ ସମୟରେ ଖାଇ ସାରିବା ପରେ ଝଗଡ଼ା ମଧ୍ୟରେ ସ୍ଵାମୀର ମାଡରେ ସ୍ତ୍ରୀ ଅଚେତ୍ ଅବସ୍ଥାରେ ପଡିଯାଇଥିଲା । ସ୍ତ୍ରୀ ନ ଉଠିବାରୁ ଘର ମାଲିକକୁ ଖବର ଦେବାପରେ ମାଲିକ ଥାନାକୁ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାୟଲକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଇଥିଲେ । ସେଠାରେ ଡାକ୍ତର ପାୟଲକୁ ମୃତ ଘୋଷାଣ କରିଥିଲେ । ଅନ୍ୟପଟେ ପାୟଲର ମୃତ୍ୟୁ ଯୋଗୁଁ ପୁଲିସ ସ୍ଵାମୀ ସୁବ୍ରତକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *