ତଥାଗତଙ୍କ ତେରଛା ବାଣ – ଫେରିବେ କି ରାଜନୀତି କୁ ?

ତଥାଗତଙ୍କ ତେରଛା ବାଣ – ଫେରିବେ କି ରାଜନୀତି କୁ ?

ଅନୁଗୁଳ – ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ରହିଛି । ଏହି ସମୟରେ ବରିଷ୍ଠ ନେତା ତଥାଗତ ଶତପଥିଙ୍କ ମନ୍ତବ୍ୟ ଆହୁରି ଉଷ୍ମତା ଭରି ଦେଇଛି । ୨୦୧୯ ମସିହାରୁ ରାଜନୀତିରୁ ଦୂରେଇ ରହିଥିବା ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଗଣମାଧ୍ୟମକୁ ଦେଇଥିବା ଏକ ବୟାନ ପରେ ସେ ପୁଣି ପତ୍ୟକ୍ଷ ରାଜନୀତି ମୈଦାନକୁ ଓଲ୍ହାଇବେ କି ବୋଲି ଚର୍ଚ୍ଚା ଜୋର ଧରିଛି । କିଛି ଗଣମାଧ୍ୟମର ପ୍ରତିନିଧି ତଥାଗତ ରାଜନୀତିରୁ ସନ୍ନ୍ୟାସ ନେବେ ନା ରାଜନୀତିରେ ରହିବେ ନେଇ ପ୍ରଶ୍ନ କରିଥଲେ । ଆଉ ଏହାର ଉତ୍ତରରେ ତଥାଗତ ଶତପଥୀ କହିଥିଲେ ଯେ, ରାଜନୀତିରୁ ସନ୍ୟାସ ନେବାର ପ୍ରଶ୍ନ ଉଠୁନି । ରାଜନୀତି ମୁଁ ଛାଡ଼ିଲେ, କ’ଣ ରାଜନୀତି ମୋତେ ଛାଡ଼ିବ ? ମୋ ମୁଣ୍ଡ ଟା ପରା ଅଛି , ମୁଣ୍ଡ ଅଛି ମାନେ ଚିନ୍ତା ଟା ସିଆଡେ ଯାଉଛି ବୋଲି କହି ଏକ ତେରଛା ବାଣ ମାରିଥିଲେ । ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ତଥାଗତ ଶତପଥୀ କହିଛନ୍ତି ।
୨୦୨୪ ସାଧାରଣ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ କି ନାହିଁ ପ୍ରଶ୍ନରେ ସେ କହିଥିଲେ ଯେ, ସବୁ କଥା ସବୁବେଳେ କୁହାଯାଏ ନାହିଁ , କିଛି କଥା ଗୋପନ ରଖାଯାଏ । ସମୟ ଆସିଲେ ସବୁ କୁହାଯିବ । ଯଦି ଏବେ ମୁଁ ସବୁକଥା କହି ଦେବି ତେବେ ଆପଣ ମାନେ ମୋତେ ଆଉ ପଚାରିବେ ନାହିଁ ବୋଲି ହସି ହସି କହିଥିଲେ । ଶେଷରେ ତଥାଗତ କହିଛନ୍ତି ଯେ, ମୁଁ ନିର୍ଦ୍ଦୋଷୀ , ମୋର କିଛି ଦୋଷ ନାହିଁ , ମୁଁ ନିରୀହ । ଏହା କହି ସେ ଏକ ଠାର ଠାରେଇ ଥିଲେ । ତଥାଗତ ଶତପଥୀଙ୍କ ଏଭଳି ପଲିଟିକାଲ ଠାର ଏବେ ଚର୍ଚ୍ଚାର ବିଷୟର ପାଲଟିଛି । ତାଙ୍କ ଠାରୁ ସହଜରେ କିଛି ବୁଝା ପଡୁ ନାହିଁ । ରାଜନୀତିରୁ ଦୂରେଇ ରହିଥିବା ତଥାଗତଙ୍କ ଏଭଳି ମନ୍ତବ୍ୟ ଓଡ଼ିଶା ରାଜନୀତିରେ ଆଗାମୀ ଦିନରେ କିଛି ଚମକଦାର ଖବର ଯୋଗାଇବ ବୋଲି କିଛି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି ।

ସୌଜନ୍ୟ – ଓଡିଶା ରିପୋର୍ଟର

What’s your Reaction?
+1
0
+1
0
+1
1
+1
0
+1
7
+1
0
+1
0

Leave a Reply