ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିବା ବେଳେ ମୋଟରସାଇକେଲରୁ ପଡ଼ି ମହିଳା ମୃତ

ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିବା ବେଳେ ମୋଟରସାଇକେଲରୁ ପଡ଼ି ମହିଳା ମୃତ

ଅନୁଗୁଳ – ମୋଟରସାଇକେଲରୁ ପଡ଼ି ଜଣେ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ତାଳଚେର ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ପ୍ରମୋଦ ବେହେରାଙ୍କ ସ୍ତ୍ରୀ ବୁଧେଇ ବେହେରା ଆଜି ସକାଳେ ୧୧ଟା ସମୟରେ ତାଙ୍କ ପୁଅଙ୍କ ସହିତ ମୋଟରସାଇକେଲରେ ବସି କଳମଛୁଇଁ ଗ୍ରାମ୍ୟ ବ୍ୟାଙ୍କକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଉଠାଇବାକୁ ଯାଉଥିବା ବେଳେ ବିପରି ଦିଗରୁ ଦୃତଗତିରେ ଆସୁଥିବା ଏକ ମୋଟରସାଇକେଲକୁ ଦେଖି ବୁଧେଇ ପଛରେ ବସିଥିବା ବେଳେ ଭୟରେ ମୋଟରସାଇକେଲରୁ ଡେଇଁ ପଡ଼ିଥିଲେ । ଫଳରେ ରାସ୍ତା ଉପରେ କଚାଡ଼ି ହୋଇ ପଡିବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

What’s your Reaction?
+1
1
+1
0
+1
1
+1
0
+1
2
+1
0
+1
1

Leave a Reply