ମନୋରଞ୍ଜନ ବିଶ୍ଵ ନାଟ୍ୟ ଦିବସ ପାଳିତ Angul OnlineMarch 29, 2022March 29, 2022 ଅନୁଗୁଳ – ଅନୁଗୁଳ କଳାକାର ଭବନ ଠାରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଏବଂ ନାଟ୍ୟ ନିର୍ଦ୍ଦେଶକ ନବଦୀପ ମହାଳିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସଭାରେ ଆଜି ନାଟକରେ ସମସ୍ୟା ଓ ଏହାର ସମାଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବସନ୍ତ ଦାସ , ବିଭୂତି ଶତପଥୀ,ବିଜୟ ଦାସ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଳାକାରର ସଭାପତି ଭୂପେଶ ପ୍ରଧାନ ଉପସଭାପତି ଦେବବ୍ରତ ପଟ୍ଟନାୟକ,ସମ୍ପାଦକ ବିଭୂତି ମହାପାତ୍ର, ସହସମ୍ପାଦକ ପ୍ରଶାନ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Advertisement
ଓପି ଜିନ୍ଦଲ ସ୍କୁଲ୍ ର ଛାତ୍ରଛାତ୍ରୀ ଓ ନୃତ୍ୟ ଶିକ୍ଷକ ସମ୍ମାନିତ ଅନୁଗୁଳ – ସ୍ମୃତି କଲଚରାଲ୍ ଆସୋସିଏନ୍ ଆନୁକୂଲ୍ୟରେ ପ୍ରାୟୋଜିତ ” ମେଗା ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ମାୟାପୁରୀ ୨୦୨୧” ଗତ ଶୁକ୍ରବାର ଦିନ ପୁରୀ ଠାରେ ଅନୁଷ୍ଠିତ…
ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ ଅନୁଗୁଳ – ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍…
କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର ଅନୁଗୋଳ – ବିଖ୍ୟାତ ହାସ୍ୟ ଅଭିନେତା କପିଳ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳ ଜିଲ୍ଲାର କଳାକାର କୁବେର ବାରିକ । କେବଳ ଭେଟି ନାହାନ୍ତି ତାଙ୍କୁ ଏହି ଭେଟ…