ମୁଖ୍ୟ ଖବର ରଘୁ ଆଉ ନାହିଁ Angul OnlineMay 28, 2021May 28, 2021 ଅନୁଗୁଳ – କରୋନା ନେଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ ଜିଲ୍ଲାରେ ବୈଦ୍ୟୁତିକ ଗଣମାଧ୍ୟମ ‘ଜି କଳିଙ୍ଗ’ ପାଇଁ କାର୍ଯ୍ୟରତ ସାମ୍ବାଦିକ ରଘୁନାଥ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି । କିଡନୀ ଏବଂ ଲିଭରରେ ସମସ୍ୟା ଯୋଗୁଁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇପଡ଼ିଥିଲେ । ଗତକାଲି ତାଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବା ପରେ ଶୁକ୍ରବାର ସକାଳେ ତାଙ୍କୁ ଭୁବବେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରାହ୍ନରେ ତାଙ୍କ ମୃତ ଦେହ ନିଜ ଗାଁ ଟାଇସିଁ ଠାରେ ପହଞ୍ଚିଥିଲା । ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୨୯ ବୟସ ହୋଇଥିଲା । ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ହେଲା ରଘୁ ଅନୁଗୁଳରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି । ଜଣେ ନିର୍ଭିକ ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ । ମହାନଦୀରେ ବନ୍ୟା ହେଉ ଅବା ତାଳଚେରରେ ଖଣି ଆନ୍ଦୋଳନ, ପୁଣି ସାତକୋଶିଆରେ ବାଘୁଣି ଆତଙ୍କ, ସବୁଠି ରଘୁକୁଙ୍କୁ ଦେଖିବାକୁ ମିଳୁଥିଲା । ଯେତେ ବାଧାବିଘ୍ନ ଥିଲେ ମଧ୍ୟ ସାହସିକତାର ସହ ସମ୍ବାଦିକତା କରି ସେ ରାଜ୍ୟ ସ୍ତରରୁ ମଧ୍ୟ ବେଶ ପ୍ରଶଂସା ସାଉଁଟି ଥିଲେ । ସମାଜର ବିଭିନ୍ନ ବର୍ଗ ଦ୍ବାରା ସେ ବେଶ ଆଦର ପାଉଥିଲେ । ସାମ୍ବାଦିକତା ସହିତ ତାଙ୍କ ସମାଜସେବା ଏବଂ କବିତା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇପାରିଥିଲା । ତାଙ୍କ ମୃତ୍ୟୁରେ ବିଭିନ୍ନ ବର୍ଗରେ ଶୋକର ଛୟା ଖେଳିଯାଇଛି । Advertisement
ସିଂହଦ୍ଵାର ସମ୍ମୁଖରେ ତିନି ରଥ – ବର୍ଷାକୁ ଖାତିର କଲେଣି ଭକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଶୈଳ ଶ୍ରୀକ୍ଷେତ୍ରରେ ସନ୍ଧ୍ୟା ସୁଦ୍ଧା ତିନି ରଥ…
ଜିଲ୍ଲାର ୯ ଲକ୍ଷ ୭୧ ହଜାର ୮୩୦ ଜଣ ଭୋଟର ବାଛିବେ ନେତା ଅନୁଗୁଳ – ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀ ଶ୍ରୀ ଅବ୍ଦାଲ୍ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଆଜି ଆପରାହ୍ନରେ…
ହାତୀ ନେଲା ଆଉ ଜଣେ ବୃଦ୍ଧାଙ୍କ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି…