ଜିଲ୍ଲାର ୯ ଲକ୍ଷ ୭୧ ହଜାର ୮୩୦ ଜଣ ଭୋଟର ବାଛିବେ ନେତା

ଅନୁଗୁଳ – ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀ ଶ୍ରୀ ଅବ୍ଦାଲ୍ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଆଜି ଆପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ପାଇଁ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । । ଏଥିପାଇଁ ଗେଜେଟ୍ ବିଜ୍ଞପ୍ତି ୨୯ ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ ନାମାଙ୍କନ ପତ୍ରର ଶେଷ ତାରିଖ ୬ ମଇ ୨୦୨୪ ରଖାଯାଇଛି । ସେହିପରି ୯ ମଇ ୨୦୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବାବେଳେ ୨୫ ମଇ ୨୦୨୪ ରେ ମତଦାନ ଏବଂ ଜୁନ୍ ମାସ ୪ ତାରିଖରେ ଭୋଗ ଗଣତି ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚର ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ସି ଭିଜିଲ ଆପ୍, ସୁବିଧା ପୋର୍ଟାଲ,ଭୋଟର ହେଲପ୍ ଲାଇନ୍ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ଚଳିତ ଥର ଜିଲ୍ଲାରେ ମୋଟ ୧୧୬୨ ଗୋଟି ମତଦାନ କେନ୍ଦ୍ର ରହିଥ‌ିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୭୧ ହଜାର ୮୩୦ ଜଣ । ସେଥି ମଧ୍ୟରୁ ମହିଳା ୪ଲକ୍ଷ ୭୨ ହଜାର ୧୨୩,ପୁରୁଷ ୪ଲକ୍ଷ ୯୯ ହଜାର ୫୭୧,ଟ୍ରାନସ୍ ଜେଣ୍ଡର ୧୩୬ ଜଣ ବୋଲି ସେ କହିଥିଲେ । ସେହିପରି ଜିଲ୍ଲାରେ ୧୧ ହଜାର ୮୩୨ ଭିନ୍ନକ୍ଷମ ଭୋଟର ଥିବା ବେଳେ ନୂତନ ଭାବେ ପଞ୍ଜିକୃତ ଯୁବ ଭୋଟର ସଂଖ୍ୟା ୨୭ ହଜାର ୬୨୪ ଜଣ । ଜିଲ୍ଲାରେ ୬୦ ଗୋଟି ସଖି ବୁଥ୍ ଖୋଲାଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଚଳିତ ବର୍ଷ ପୋଷ୍ଟାଲ ଭୋଟ ସଂଖ୍ଯା ବୃଦ୍ଧି ହେବାର ସମ୍ଭାବନା ରହିଛି । ପୁର୍ବ୍ରୁ ଯେଉଁମାନେ ପୋଷ୍ଟାଲ ଭୋତ ଦେଉଥିଲେ ସେମାନେ ସେହିଭଳି ଭୋତ ଦେବା ସହ ନିର୍ବାଚନ କାମରେ ନିୟୋଜିତ ସରକାରୀ କର୍ମଚାରୀ , ପୁଲିସ , ଅଗ୍ନିଶମ ବିଭାଗ କର୍ମଚାରୀ ସମେତ ନିର୍ବାଚନ କାର୍ଯ୍ଯରେ ନିୟୋଜିତ ଗାଡିର ଚାଳକ ଓ ଖଲାସୀମାନେ ମଧ୍ଯ ଭୋଟ ଦେଇ ପାରିବେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ନୀୟମ ଥିବା ବେଳେ ଫର୍ମ ୯ ପୁରଣ କଲେ ହିଁ ଏହି ପୋଷ୍ଟାଲ ବାଲାଟ ଜରିଆରେ ସେମାନେ ଭୋଟ ଦୈ ପାରିବେ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

What’s your Reaction?
+1
0
+1
0
+1
1
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored