ବର୍ଷକୁ ୬୦ ହଜାର ଲୋକ ସାପ କାମୁଡାରେ ମୃତ୍ଯୁ ମୁଖରେ ପଡୁଛନ୍ତି – ଡା. ପି ଗୌରୀ ଶଙ୍କର

ଅନୁଗୁଳ – କଳିଙ୍ଗ ଫାଉଡେସନ ଓ ପିପୁଲ ଫର ଆନିମଲ ପକ୍ଷରୁ ଓଡିଶା ବନ ବିଭାଗ ସହାୟତାରେ ଅନୁଗୁଳ ଫରେଷ୍ଟ ଟ୍ରେନିଂ କଲେଜ ଠାରେ ଏକ ସାପ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଡିସିବି ବ୍ୟାଙ୍କ ମଧ୍ଯ ତାର ସିଏସଆର କାର୍ଯ୍ଯକ୍ରମ ଜରିଆରେ ସହଯୋଗ କରିଥିଲା । ପ୍ରଖ୍ୟାତ ସରିସୃପ ବିଷେଶଜ୍ଞ ଡା. ପି ଗୌରୀ ଶଙ୍କର, ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସରିସୃପ ପ୍ରବନ୍ଧନ ଉପରେ ସାଇଣ୍ଟିଫିକ୍ ଟ୍ରେନିଂ ଓ କର୍ମଶାଳାର ନେତୃତ୍ୱ ନେଇଥିଲେ । ସାରା ଭାରତ ବର୍ଷରେ ସାପ ଜନିତ ମୃତ୍ୟୁ ସଂଖ୍ଯା ପ୍ରାୟ ୫୮ ହଜାର ଥିବା ବେଳେ  ସାପ କାମୁଡିବା ଯୋଗୁଁ ୧ ଲକ୍ଷ ୪୦ ହଜାର ଲୋକ ବିକଳାଙ୍ଗ ହୋଇଥିବା ରିପୋର୍ଟ ରହିଛି । ଭାରତରେ ୩୫୫ ରୁ ଅଧିକ ଜଣାଶୁଣା ସାପ ପ୍ରଜାତି ସହିତ, ୭୫ ରୁ ଅଧିକଙ୍କର ବିଷ ଅଛି । ସେଥିମଧ୍ୟରୁ ‘ବଡ ଚାରି’ – ସାଧାରଣ କୋବ୍ରା, ରସେଲ ୱାଇପର ସାପ, ସ-ସ୍କେଲ ୱାଇପର ଏବଂ କ୍ରେଟ୍ ଭଳି ସାପ କାମୁଡ଼ିବା ଘଟଣା ପାଇଁ ଦାୟୀ ବୋଲି ଆଯୋଜିତ ଶିବିରରେ ଡା. ପି ଗୌରୀ ଶଙ୍କର ପ୍ରକାଶ କରିଥିଲେ । ସାରା ଭାରତ ଏବେ ବିକାଶ ପଥରେ । ଏଥିପାଇଁ ଜଙ୍ଗଲ ହ୍ରାସ ପାଇବା ସହ ସାପ ମାନଙ୍କର ବାସସ୍ଥାନ ନଷ୍ଟ ହେଉଛି ଏବଂ ଲାପାମାତ୍ରା ମଧ୍ଯ ବୃଦ୍ଧି ପାଉଛି । ଯାହା ଫଳରେ ସାପ- ମଣିଷ ମଧ୍ଯରେ ଲଢେଇ ବୃଦ୍ଧି ପାଉଛି । ଆଉ ଏହା ବଢିବା ମଧ୍ଯ ସୌଭାବିକ ବୋଲି ସେ କହିବା ସହ ସଚେତନତା ହିଁ ଏକାମାତ୍ର ଉପାୟ ବୋଲି ସେ କହିଥିଲେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ର-ଛାତ୍ରୀ ମାନଙ୍କୁ ସାପ ବିଷୟରେ ଜାଣିବା ସହ କେଉମ ସାପ ବିଷଧର , କେଉଁ ସାପର ବିଷ ନାହିଁ ତାହା ବୁଝିବାକୁ ପଡିବ । ଏହା ସହ ବାସସ୍ଥାନର ଚର୍ତୁପାର୍ଶ୍ୱ ପରିସ୍କାର ପରିଛନ୍ନ ରଖିଲେ ସାପ ଠାରୁ ଦୁରରେ ରହି ପାରିବା ବୋଲି ସେ କହିଥିଲେ । ଅନୁଗୁଳରେ ଆଜି ୪୦ ଟି ସାପ ଉଦ୍ଧାରକାରୀ, ୪୬ ଜଣ ଟ୍ରେନିଂ ରେଞ୍ଜର,ଅନୁଗୁଳ ଆଞ୍ଚଳିକ ବିଭାଗର ୨୦ ଜଣ ବନ ଅଧିକାରୀ, ୫ ଟି ବିଏସଏଫ କର୍ମଚାରୀ, ମୋଟ ୧୧୦ ଜଣ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଯେଉଁଠାରେ ସେମାନେ ଚ୍ୟାଲେଞ୍ଜ ଏବଂ ସୁଯୋଗ ଉପରେ ବିଶେଷଜ୍ଞ ଏବଂ ସାଥୀମାନଙ୍କ ସହିତ ଆଲୋଚନା କରିଥିଲେ । ସାପ କାମୁଡ଼ିବା ସମସ୍ୟାର ସମାଧାନ ପାଇଁ ଅଭିଜ୍ଞ ଡାକ୍ତରଙ୍କ ଅଭାବ, ସାପ ଉଦ୍ଧାରର କ୍ଷତିକାରକ ପଦ୍ଧତି ବ୍ୟବହାର କରୁଥିବା ଆବାସିକ ସଙ୍ଗଠନ ସହ ସହଯୋଗ ନକରିବା ଏବଂ ସେମାନଙ୍କ ଜୀବନ ବୀମାଭୁକ୍ତ ହେବାରେ ଉଦାସୀନତା ଉଦ୍ଧାରକାରୀଙ୍କ ଦ୍ୱାରା ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ଶିବିରରେ ୪୦ ଜଣ ସାପ ଉଦ୍ଧାରକାରୀଙ୍କୁ ସାପ ହୁକ୍, ଦୁଇଟି ସାପ ବ୍ୟାଗ, ଗୋଟିଏ ପାଇପ୍, ସାପ ବ୍ୟାଗର୍, ସୁରକ୍ଷା ଜୋତା ଏବଂ ଟି-ସାର୍ଟକୁ ଭଳି ସାପ ଉଦ୍ଧାରକାରୀ ସାମଗ୍ରୀ ପ୍ରଦାନ କରା ଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored