ଅପରାଧ ସାଙ୍ଗ ପରିଚୟ ଦେଇ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ Angul OnlineApril 28, 2023April 28, 2023 ଅନୁଗୋଳ – ଅନୁଗୋଳ ସାଇବର ପୁଲିସ ଶୁକ୍ରବାର ୫୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିଶ୍ବମ୍ବର ସାହୁ(୪୨)ଙ୍କର ଜଣେ ପିଲା ଦିନର ସାଙ୍ଗ ରାଜେଶ ବାରିକ ଅଛନ୍ତି । ଏହି ସାଙ୍ଗଙ୍କ ପୁତୁରାର ଚିକିତ୍ସାପାଇଁ ଗତ ୨ ତାରିଖରେ ନିଜକୁ ରାଜେଶ ବାରିକ କହି ଏକ ଫୋନ୍ କଲ ଆସିଥିଲା । ପୁତୁରା ଚକିତ୍ସା ପାଇଁ ୫୦ ହଜାର ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ୨ ଦିନପରେ ଫେରାଇ ଦେବେ ବୋଲି କହିଥିଲେ । ସେହି ଅନୁସାରେ ବିଶ୍ବମ୍ବର ତାଙ୍କ ଦଦାପୁଅ ଭାଇ ଦିବ୍ୟ ରଞ୍ଜନଙ୍କୁ କହି ରାଜେଶ ବାରିକ ଦେଇଥିବା ଫୋନ୍ ପେ ନମ୍ବରରେ ୫୦ ହଜାର ଟଙ୍କା ପଠାଇଥିଲେ । ତେବେ ୫ ତାରିଖରେ ଟଙ୍କା ନ ଫେରାଇବାରୁ ବିଶ୍ବମ୍ବର ରାଜେଶଙ୍କୁ ତାଙ୍କ ନିଜସ୍ବ ନମ୍ବରରେ ଫୋନ୍ କରି ଟଙ୍କା ମାଗିଥିଲେ । ତେବେ ରାଜଶେ ଏହି ଟଙ୍କା ମାଗି ନଥିବା କହିଥିଲେ । ତୁମକୁ କିଏ ମୋ ନାଁରେ ଠକି ଥିବା କହିଥିଲେ । ଏହାପରେ ବିଶ୍ବମ୍ବର ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସାଇବର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରେ ଜଣାପଡ଼ିଲା ଯେ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ଧମିଲାପରି ଗାଁର ପ୍ରକାଶ ମଲ୍ଲିକ(୨୮) ନାମକ ଜଣେ ଯୁବକ ଏହି ୫୦ ହଜାର ଟଙ୍କା ଠକି ନେଇଛନ୍ତି । ସାଇବର ପୁଲିସ ପ୍ରକାଶଙ୍କୁ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଛି । Advertisement
୨୦ ଗ୍ରାମ ବ୍ରାଉନସୁଗାର ସହ ୬ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ପୁଲିସକୁ ଆଜି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ବୁଧବାର ଦିନ ମାନ୍ୟବର…
ପେଟ୍ରୋଲ ପମ୍ପ ଲୁଟିବାକୁ କରୁଥିଲେ ଯୋଜନା – କାବୁ କରିନେଲା ପୁଲିସ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ । ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ…