ଅପରାଧ ଠକେଇ ଅଭିଯୋଗରେ ଯୁବନେତା ଗିରଫ Angul OnlineJuly 24, 2021July 24, 2021 ଅନୁଗୁଳ – ଠକେଇ ଅଭିଯୋଗରେ ଅନୁଗୁଳର ଜଣେ ଯୁବ ନେତାଙ୍କୁ ପୁଲିସ ଗିରଫ କରିଛି । ସମ୍ପୃକ୍ତ ଯୁବନେତା ଜଣଙ୍କ ଏକ ଜାତୀୟ ରାଜନୈତିକ ଦଳର ସକ୍ରିୟ ସଦସ୍ୟ ଥିବା ବେଳେ ତାଳଚେରର ଜଣେ ଯୁବକଙ୍କୁ ଏକ କମ୍ପାନୀର ଡିଷ୍ଟ୍ରିବ୍ୟୁଟର କରାଇ ଦେବା କହି ଠକିଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ ଶିମିଳିପଡା ଅଞ୍ଚଳର ପ୍ରଦ୍ୟୁମ୍ନ ସାହୁ ନାମକ ଜଣେ ଯୁବକଙ୍କ ଅମୂଲ କମ୍ପାନୀର ଏକ ଆଉଟଲେଟ ରହିଛି । କିଛିଦିନ ତଳେ ତାଳଚେରର ସୁବ୍ରତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ସେଠାକୁ ଆସିଥିବା ବେଳେ ଅମୂଲ କମ୍ପାନୀର ଡିଷ୍ଟ୍ରିବ୍ୟୁଟରସିପ କରାଇଦେବା ପାଇଁ ପ୍ରଦ୍ୟୁମ୍ନଙ୍କୁ କହିଥିଲେ । ପ୍ରଦ୍ୟୁମ୍ନ ଏକ ଲକ୍ଷ ଟଙ୍କା ଦେଲେ ଡିଷ୍ଟ୍ରିବ୍ୟୁଟରସିପ କରାଇ ଦେବି କହିବାରୁ ସୁବ୍ରତ ଟଙ୍କା ଦେଇ ଦେଇଥିଲେ । ପ୍ରଦ୍ୟୁମ୍ନ ଟଙ୍କା ପାଇବା ପରେ କିଛି ଜାଲ କାଗଜପତ୍ର କରି ସୁବ୍ରତଙ୍କୁ ଦେଇଥିଲେ । ହେଲେ ଦିନ ପରେ ଦିନ ଗାଡି ଚାଲିଥିଲେ ମଧ୍ୟ ସୁବ୍ରତଙ୍କୁ ଡିଷ୍ଟ୍ରିବ୍ୟୁଟରସିପ ମିଳି ନଥିଲା । ଏ ନେଇ ସୁବ୍ରତ ଟ୍ଵିଟରରେ ଅମୁଲ କମ୍ପାନୀର ଦୃଷ୍ଟି ଆକର୍ଷଣ କରିଥିଲେ । କମ୍ପାନୀ କର୍ତ୍ତୁପକ୍ଷ ଘଟଣା ସମ୍ପର୍କରେ ଜାଣିବା ପରେ ସୁବ୍ରତଙ୍କ ପାଖକୁ ଆସି ପ୍ରଦ୍ୟୁମ୍ନ ଦେଇଥିବା କାଗଜପତ୍ର ଯାଞ୍ଚ କରିଥିଲେ । ଆଉ ଏହି ଯାଞ୍ଚ ବେଳେ ଏହି ସବୁ କାଗଜପତ୍ର ନକଲି ଜାଣି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କମ୍ପାନୀ ପକ୍ଷରୁ ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ପ୍ରଦ୍ୟୁମ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ…
ଦହିବରା ଦୋକାନୀକୁ ବଟି ପାଇଁ ମାଡ ମାରିବା ଘଟଣା – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ…
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…