ମୁଖ୍ୟ ଖବର ଟାଙ୍କି ନିର୍ମାଣ ବେଳେ ଚାଲିଗଲା ଦୁଇ ଜୀବନ Angul OnlineAugust 28, 2024August 28, 2024 ଆଠମଲ୍ଲିକ – ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ଜଣେ ଶିକ୍ଷକଙ୍କ ଘର ପଛ ପାଖରେ ନିର୍ମାଣାଧୀନ ଏକ ପାଇଖାନା ଟାଙ୍କି ଛାତର ସେଟରିଂ ଖୋଲିବା ପାଇଁ ବାଇଜା ଗାଁର ରାଜମିସ୍ତ୍ରୀ ଆରତ ମିର୍ଧା ଓ ରେଙ୍ଗାଳବେଡା ଗାଁର ଶ୍ରମିକ ରୀନା ମାହାର ଟାଙ୍କି ଭିତରକୁ ଯାଇଥିଲେ । ତେବେ ବହୁତ ସମୟ ଧରି ବାହାରକୁ ନ ବାହାରିବାରୁ ସ୍ଥାନୀୟ ଲୋକ ଭିତରକୁ ଦେଖିଥିଲେ । ଦେଖିବା ବେଳକୁ ଉଭୟ ଚେତାଶୂନ୍ୟ ହୋଇ ଟାଙ୍କି ଭିତରେ ପଡିଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । Advertisement
କଣ୍ଟ ପୁରିଲା , ରହିଲା ନାହିଁ ରାଜପଥ ନେଇ ପ୍ରଶାସନ ପ୍ରତିଶୃତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଅନୁଗୁଳ ସଚେତନ ନାଗରିକ ଧାରଣାରେ ବସିଥିଲେ । ଏହି ଜାତୀୟ…
ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଶେଷକରି ଅନୁଗୁଳ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ପ୍ରଶାସନିକ ଅପରାଗତାକୁ ଦାୟି…
୫୫ ବର୍ଷୀୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷୀୟ ବାପ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରିବେଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ସାମନ୍ୟ କଥାକୁ ନେଇ ୮୫ ବର୍ଷୀୟ ବାପ…