ମୁଖ୍ୟ ଖବର ଲାଞ୍ଚ ନେଇ ଚାକିରୀରୁ ବହିସ୍କୃତ ହେଲେ କନିଷ୍ଠ କିରାଣୀ Angul OnlineApril 20, 2024April 20, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁନିଅର ରେଭନ୍ୟୁ ଆସିଷ୍ଟାଣ୍ଡ ପଙ୍କଜିନି ବିଶ୍ୱାଳ ଚାକିରୀରୁ ବହିସ୍କୃତ ହୋଇଛନ୍ତି । ୨୦୨୩ ମସିହା ମେ ୧୨ ତାରିଖରେ ଲାଞ୍ଚ ନେବା ମାମଲାରେ ଅନୁଗୁଳ ଭିଜିଲାନ୍ସ କୋର୍ଟରେ ସେ ଦୋଷୀ ସାବସ୍ତ୍ୟ ହୋଇଥିଲେ । ପଙ୍କଜିନି ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ମାନ୍ୟବର କୋର୍ଟ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ୫ ହାଜର ଟଙ୍କା ଜୋରିମାନା କରିଥିଲେ । ଜୋରିମନା ଅନାଦେୟ ଆଉ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦେଶରେ ଉଲ୍ଲେଖ ରହିଥିଲା । ଏହି ମାମଲାରେ ସେ ଦଣ୍ଡିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରୀରୁ ବହିସ୍କୃତ କରିଛନ୍ତି । ଏ ନେଇ ଅନୁଗୁଳ ଜିଲାପାଳଙ୍କୁ ମଧ୍ୟ ଅବଗତ କରା ଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣା ଯାଇଛି । Advertisement
ବ୍ରିଜ ତଳୁ ମୃତଦେହ ଉଦ୍ଧାର – ଦୁର୍ଘଟଣାରେ କିଛିଦିନ ତଳୁ ଯାଇଛି ଜୀବନ ! ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ହତ୍ୟା ଅଭିଯୋଗ…
ତିନି ଜଣଙ୍କୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଅନୁଗୁଳ – ୨୦୧୭ ମସିହାରେ ଅତି ବୀଭତ୍ସ ଭାବେ ପତି-ପତ୍ନୀ ଓ ସେମାନଙ୍କର ୪ ବର୍ଷର ପୁଅଙ୍କୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି…
ବୁଧବାର ଅନୁଗୁଳ ବନ୍ଦ ଅନୁଗୁଳ – ଆସନ୍ତା ୭ ତାରିଖ (ବୁଧବାର) ଅନୁଗୁଳ ବନ୍ଦ । ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଟିଟିପିଏସ ବନ୍ଦ ପ୍ରତିବାଦରେ ବୁଧବାର ଦିନ ୧୨ ଘଣ୍ଟିଆ…