ମା’ବାୟାଣୀ ପୀଠର ହେବ ରୂପାନ୍ତରିକରଣ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଠାରେ ଥିବା ପର୍ଯ୍ୟଟନସ୍ଥଳ ମା’ ବାୟାଣୀ ପୀଠକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ରୂପାନ୍ତରିକରଣ କରାଯିବ l ସୂଚନା ଅନୁସାରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପାତ୍ରପଡା ବାୟାଣୀ ପୀଠର ପାରିପାର୍ଶ୍ଵିକ ଉନ୍ନତିକରଣ ପାଇଁ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଏମଡିସି ପ୍ରୋଜେକ୍ଟ ମୁଖ୍ୟ ବ୍ରିଗେଡ଼ିଅର ମନୁ ମେହେରୋତ୍ରା, ବିଏନବି କମ୍ପାନୀର ମୁଖ୍ୟ ମହେଶ୍ୱର ପଟ୍ଟନାୟକ, ରୋମାଞ୍ଚଳ ଖମାରି, ଛେଣ୍ଡିପଦା ତହସିଲଦାର ମାନସ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କ ସମେତ ଆର୍କିଟେକ ଟିମ ପାତ୍ରପଡାରେ ପହଁଚିଥିଲେ l ଏନେଇ ଗ୍ରାମ ସଭାପତି ଚକ୍ରଧର ପ୍ରଧାନଙ୍କ ଅଧକ୍ଷତାରେ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହେଵା ସହିତ ସିଏସଆର ଫଣ୍ଡ ମାଧ୍ୟମରେ ପୀଠ ସ୍ଥଳରେ ମା ବାୟାଣୀଙ୍କ ନୂତନ ମୁଖ୍ୟ ମନ୍ଦିର, ଭୋଗ ମଣ୍ଡପ, ରୋଷଶାଳା, ପିକନିକ ସ୍ପଟର ସମ୍ପ୍ରସାରଣ, ବୋଟିଙ୍ଗ ସ୍ଥାନର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ, ପୀଠ ସ୍ଥଳ ନିକଟରେ ପର୍ଯ୍ୟଟକ ମାନଙ୍କ ନିମନ୍ତେ ୫ଟି ଆଶ୍ରୟସ୍ଥଳ ଓ ବାଘଦରୀ ମଠର ପୁନଃରୁଦ୍ଧାର, ଗୁମ୍ପାକୁ ଯିବା ପାଇଁ ନଦୀ ଉପରେ ପୋଲ, କୁତ୍ରିମ ଜଳ ପ୍ରପାତର ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ଥିବା ଜଗନ୍ନାଥ ମନ୍ଦିରର ଅସମ୍ପୂର୍ଣ୍ଣ ମନ୍ଦିରକୁ ସମ୍ପୂର୍ଣ କରିବା, ଭୋଗ ମଣ୍ଡପ ସହିତ ମାତା ମଠ ଠାରୁ ଗିରି ଗୋବର୍ଦ୍ଧନ ପୀଠ ପର୍ଯ୍ୟନ୍ତ ଏକ ହିଲ ଟ୍ରାକ ନିର୍ମାଣ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବା ସହିତ ସେଗୁଡିକୁ ବୁଲି ଦେଖିଥିଲେ l

Advertisement

Leave a Reply

Your email address will not be published. Required fields are marked *