ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ

ତାଳଚେର – ଅଗ୍ନିରୁପା ମା ହିଙ୍ଗୁଳାର ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ବିଷ୍ଣୁ ଦମନକ ଚତୁର୍ଦର୍ଷି ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୯ ଦିନ ଧରି ଯାତ୍ରା ଉତ୍ସବ ଚାଲିବ । ଯାହାର ସମ୍ପର୍କ ଜଗନ୍ନାଥ ସଂସ୍କୃତି ସହିତ ବେଶ ଜଡିତ । ଏହି ଦିନ ଶ୍ରୀକ୍ଷେତ୍ର ରୋଶ ଘରର ଠାକୁରାଣି ମା ସ୍ୱୟଂ ଅଗ୍ନିରୁପରେ ତାଳଚେର ଗୋପାଳ ଗଡରେ ବିଜେ ହୁଅନ୍ତି । ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ସମର୍ପି ଦିଅନ୍ତି ଭକ୍ତି ନୈବେଦ୍ୟ । ଏଥିପାଇଁ ଗୋପାଳଗଡ ଏବେ ଚଳଚଞ୍ଚଳ । ଶକ୍ତି ପିଠମାନଙ୍କ ମଧ୍ୟରୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ପିଠ ଅନ୍ୟତମ । ମା ହିଙ୍ଗୁଳା ଅଗ୍ନି ରୁପରେ ଏଠାରେ ପୂଜା ପାଆନ୍ତି । ବର୍ଷ ସାରା ବିଭିନ୍ନ ପର୍ବପର୍ବାଣି ମା’ଙ୍କ ପିଠରେ ପାଳିତ ହେଉଥିଲେ ହେଁ ବିଷ୍ଣୁଦମନକ ଚତୁର୍ଦ୍ଦଷିରେ ପାଳିତ ହେଉଥିବା ମା’ଙ୍କ ବର୍ଷିକ ଯାତ୍ରା ସମ୍ପୂର୍ଣ୍ଣ ଅଲଗା । ଏଠି ପୁଜାରେ ନଥାଏ ପୁଜକର ମଧ୍ୟସ୍ତତା । ମାଙ୍କ ନିକଟରେ ଭକ୍ତ ନିଜର ନୈବେଦ୍ୟ ସିଧାସଳଖ ଅର୍ପଣ କରନ୍ତି । ଏହି ପରମ୍ପରା ବିଶ୍ୱରେ ବିରଳ । ମା’ଙ୍କ ଉପରେ ଲୋକଙ୍କର ଅଗାଢ ବିଶ୍ୱାସ ଓ ଭରସା । ମା’ଙ୍କ ବାର୍ଷିକ ଯାତ୍ରାର ୯ ଦିନ ପୁର୍ବରୁ ଜନ୍ତାଳ ପୂଜା କରାଯାଏ । ଏହି ଦିନ ମା ଅଗ୍ନିରୁପରେ ପ୍ରକଟ ହୁଅନ୍ତି । ବାର୍ଷିକ ଯାତ୍ରା ଦିନ ସାବରି ମନ୍ତ୍ର ଶହ ଶୋଡଶ ଉପଚାରରେ ସକାଳର ପୂଜା ବିଧି ସଂମ୍ପର୍ଣ୍ଣ କରା ଯାଏ । ପରେ ଦୀଅଁଘରୁ ଆଲମକୁ ବିରାଟ ପଟୁଆରରେ ଅଣାଯାଇ ମୁଖ୍ୟ ମଣ୍ଡପରେ ପୂଜା ଅର୍ଚନା କରାଯାଏ । ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପି ଉଠେ ତାଳଚେରର ଗୋପାଳ ଗଡ । ପରେ ପତିଆରିଙ୍କୁ ଘିଅ ଏବଂ ମୁହୁରେ ସ୍ନାନ କରାଗଲା ପରେ ସେ ଉଭାସ୍ଥଳିରେ ବିଜେ ହୁଅନ୍ତି । ଯାହା ଦେଖିବା ପାଇଁ ବହୁ ଦୁରଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଗୋପାଳଗଡକୁ ଧାଇଁ ଆସନ୍ତି । ଆଉ ବିଶ୍ୱାସ ରହିଛି ଏହି ଦିନ ମା’ଙ୍କୁ ଆରାଧନା କଲେ ସବୁ ମନସ୍କାମନା ପୁର୍ଣ୍ଣ ହୁଏ । ଏଥିପାଇଁ ଆଜି ହିଙ୍ଗୁଳା ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ବହୁ ମାନସିକଧାରୀ ମାନସିକ ପୂରଣ ପାଇଁ ମୁଣ୍ଡନ ମଧ୍ୟ କରିଥିଲେ । ଯାତ୍ରାକୁ ଶାନ୍ତି ଶୁଙ୍ଖଳାର ସହ ପରିଚାଳନା କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଇନ ଶୁଙ୍ଖଳା , ଅଂଶୁଘାତର ମୁକାବିଲା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ଶହ ୯ ଦିନର ପୂଜା ପାଇଁ ୭ ପ୍ଲାଟୁ ଫୋର୍ସ ସହ ବହୁ ପରିମାଣରେ ପୁଲିସ ଅଫିସର ନିଯୁକ୍ତ କରାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored