ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି?

ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି?

ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ ହେଉନା କାହିଁକି ସଫଳତା ପାଇବା ପାଇଁ ସର୍ଵଦା ବ୍ୟଗ୍ର ରହିଥାଏ ସେ । ଏପରି ଏକ ନିଶାରେ ଅଛନ୍ତି ,ଅନୁଗୋଳ ଜିଲ୍ଲାର ୮୦ ବର୍ଷ ବୟସ୍କ ପବିତ୍ର ମୋହନ ପ୍ରଧାନ । ଚାକିରି କାଳରୁ ତାଙ୍କର ଗୋଟିଏ ନିଶା ବିଶ୍ବର ସମସ୍ତ ଦେଶର ମୁଦ୍ରା, ଡାକ ଟିକଟ ସମେତ ବିଭିନ୍ନ ଜିନିଷର ସଂଗ୍ରହ କରିବା । ଆଉ ଆଜି ତାଙ୍କର ଏହି ନିଶା ଅନେକଙ୍କ ଲୋକଲୋଚନକୁ ଆଣିପାରିିଛି। ଆଉ ସେଥିପାଇଁ ଆଜି ସେ ଜିଲ୍ଲାରେ “ଗ୍ଲୋବାଲ ଅଜା” ଭାବେ ସମସ୍ତଙ୍କର ଅତି ପ୍ରିୟ ଭାଜନ ହୋଇ ପାରିଛନ୍ତି ।

ଅନୁଗୋଳ ଜିଲ୍ଲା ଅମଲାପଡାର ପବିତ୍ର ମୋହନ ପ୍ରଧାନ । ବୟସ ୮୦ ଛୁଇଁ ଵାକୁ ବସିଲାଣି କିନ୍ତୁ ନିଶା ଗଜବ , ଆଉ ଆଖିରେ ଆଖିଏ ସ୍ଵପ୍ନ । ରେକର୍ଡ ନିଶାରେ ନୁହଁ ବରଂ ପରବର୍ତ୍ତୀ ପିଢ଼ି ପାଇଁ କିଛି କରିବାର ଆଶାରେ ଆଜି ବି ସେ ବୟସର ଅପରାହ୍ନରେ ସେ ସଦା ସର୍ବଦା ଚଳ ଚଞ୍ଚଳ । ପେଶାରେ ସେ ଜଣେ ଅବସର ପ୍ରାପ୍ତ ଜଳ ସମ୍ପଦ ବିଭାଗର ଯନ୍ତ୍ରୀ । ସେ ନିଜର ଚାକିରି କାଳରେ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନା କରିବା ଭିତରେ ଆସିଥିଲା ଏକ ତାଙ୍କ ଭିତରେ ଆସିଥିଲା ଏକ ଅଜବ ଝୁଙ୍କ । ଆରମ୍ଭ ହେଲା ବିଭିନ୍ନ ଦେଶ ବିଦେଶର ପୁରାତନ ମୁଦ୍ରା ସଂଗ୍ରହ । ଦୀର୍ଘ ୫୪ ବର୍ଷ ହେଲା ତାଙ୍କର ନିଶା ଆଜି ତାଙ୍କୁ ଦେଇଛି ସୁତନ୍ତ୍ର ପରିଚୟ । ଏବେ ସେ ପାଲଟି ଯାଇଛନ୍ତି ସମସ୍ତଙ୍କ “ଗ୍ଲୋବାଲ ଅଜା” । ବୟସ ବଢିବା ସହିତ ତାଙ୍କର ନିଶା ମଧ୍ୟ ବଢି ଚାଲିଛି ଏବଂ ଚାକିରି କ୍ଷେତ୍ରରୁ ଅବସର ପରେ ଏବେ ତାଙ୍କ ଘରେ ଜମୁଛି ଆସର । ସାହି ପଡିଶା ଠୁ ଆରମ୍ଭ କରି ଘରେ ଥିବା ନାତି ନାତୁଣୀଙ୍କ ମେଳରେ ଏହି ଆସର ଭିତରେ ପବିତ୍ର ବାବୁଙ୍କ ସଂଗୃହିତ ସାମଗ୍ରୀ ଦେଖି ଆନନ୍ଦିତ ହୋଇ ଉଠନ୍ତି ସମସ୍ତେ । ପବିତ୍ର ବାବୁଙ୍କ ଘର ଏବେ ପଲଟିଯାଇଛି ଗୋଟିଏ ସଂଗ୍ରାହଳୟ ।


ତାଙ୍କ ସଂଗୃହିତ ସାମଗ୍ରୀ ମଧ୍ୟରେ ୪୦୦ ଖ୍ରୀଷ୍ଟାବ୍ଦ ଓ ୬୦୦ ଖ୍ରୀଷ୍ଟାବ୍ଦର କଏନ୍ ମଧ୍ୟ ଅଛି । ଏଥିସହ ସେ ଭାରତୀୟ ମୁଦ୍ରା , ୧ ପଇସା, ୨ ପଇସା, କଣା ପଇସା, ପଞ୍ଚମ ଜଜଙ୍କର ଚାନ୍ଦି ମୁଦ୍ରା ଓ ହନୁମାନଙ୍କ ଚିତ୍ର ଥିବା ବିରଳ ଚାନ୍ଦିର ହନୁମାନ ମୁଦ୍ରା ମଧ୍ୟ ସଂଗ୍ରହ କରିଛନ୍ତି । କେବଳ ମୁଦ୍ରା ନୁହେଁ , ପୁରୁଣା ଡାକ ଟିକଟ ଆଉ ତା ସାଙ୍ଗକୁ ୫୦ବର୍ଷ ମଧ୍ୟରେ ବଜାରକୁ ଆସିଥିବା ଦିଆସିଲି ମଧ୍ୟ ସେ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ଏତାଦୃଶ କାମକୁ ନେଇ ତାଙ୍କ ପରିବାର ଲୋକଙ୍କ ଖୁସି କହିଲେ ନ ସରେ ।
ଏଇ ସମାଜରେ ଏମିତି ବି ଚରିତ୍ର ଅଛନ୍ତି ଯିଏ ନିଜ ସଉକରେ ବଞ୍ଚନ୍ତି ଓ ତାହାକୁ ନିଶା କରି ସମାଜ ପାଇଁ ଉଦାହରଣ ପାଲଟିଯାଆନ୍ତି । ଏମିତି ଏକ ଭିନ୍ନ ପରିଚୟର ମଣିଷ ହେଉଛନ୍ତି ପବିତ୍ର ପ୍ରଧାନ । ବିରଳ ଦ୍ରବ୍ୟ ସଂଗ୍ରହ କରିବା ତାଙ୍କର ନିଶା । ଚାକିରି ସମୟରେ ନେପାଳ ଭ୍ରମଣ ସମୟରେ ସେ ପ୍ରଥମେ ମୁଦ୍ରା ସଂଗ୍ରହ ଆରମ୍ଭ କରିଥିଲେ । ପରେ ଐତିହାସିକ ଓ ପୁରୁଣା ଦ୍ରବ୍ୟ ସଂଗ୍ରହ ତାଙ୍କର ନିଶା ପାଲଟିଥିଲା । ଯାହା ପରବର୍ତ୍ତି ସମୟରେ ତାଙ୍କୁ ଅନେକ ସଫଳତା ଆଣିଦେଇଛି ।

ତେବେ ଅନୁଗୁଳରେ ଏକ ମ୍ୟୁଜିୟମ ସ୍ଥାପନ କରାଗଲେ ଏବଂ ସେଠାରେ ଏହି ସବୁ ସାମଗ୍ରି ରଖିଲେ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଆଗାମୀ ପିଢି ମଧ୍ୟ ଏହି ବିରଳ କୃତିତ୍ବ ସବୁଦିନ ଦେଖିବାର ଏବଂ ଏହା ଉପରେ ଗବେଷଣା କରିବାର ସୁଯୋଗ ପାଇପାରନ୍ତେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply