ଅନୁଗୁଳ – ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କର ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ଗତ ୧ ତାରିଖ ଦିନ ଆଠମଲ୍ଲିକଠାରେ କରୋନାର ପ୍ରଥମ ଡୋଜ ଟିକା ନେଇଥିଲେ । ତାର ଠିକ ପରଦିନ ତାଙ୍କୁ ଜ୍ଵର ହୋଇଥିଲା । ତେବେ 7 ତାରିଖ ଯାଏ ଜ୍ୱର ନ କମିବାରୁ ସେ କରୋନା ଟେଷ୍ଟ କରାଇଥିଲେ । ୮ ତାରିଖ ଦିନ ତାଙ୍କର କରୋନା ପଜିଟିଭ ଆସିବା ପରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଥିଲା । ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ସେଠାରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା କରା ଯାଉଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ମୃତ୍ୟୁ ହୋଇଥିଲା । ପ୍ରଦୀପ ଗତ କିଛି ଦିନ ହେଲା ଓଡ଼ିଶାରେ ନୁଆଁ କରି ପାଦ ଥାପିଥିବା ଗଣମାଧ୍ୟମ ବଡ ଖବରରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଧରିତ୍ରୀ , ପ୍ରମେୟ ଭଳି ଅନେକ ଗଣମାଧ୍ୟମ ସଂସ୍ଥାରେ କାମ କରିବା ସହ ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକ ଭାବେ ଜିଲ୍ଲା ତଥା ଜିଲ୍ଲା ବାହାରେ ପରିଚିତ ଥିଲେ । ଜଣେ ସାମ୍ବାଦିକ ଭାବେ ନିଜ ଜିଲ୍ଲାର ଇତିହାସ, ଭୂଗୋଳ, ସାମାଜିକ, ଅର୍ଥନୀତି, ସଂସ୍କୃତି ସଂପର୍କରେ ସେ ଯେଉଁ ଭଳି ଜ୍ଞାନ ରଖୁଥିଲେ, ନିଜର କର୍ମ ଓ କର୍ମକ୍ଷେତ୍ରକୁ ଭଲ ପାଉଥିଲେ । ସେ ସବୁବେଳେ ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବଳିତ ଖବରରେ ନିଜକୁ ସମର୍ପିତ ରଖିଥିଲେ । ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପରିବାରରେ ପତ୍ନୀ ଓ ଏକ ମାତ୍ର ଝିଅ ଥିବା ତାଙ୍କ ସ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି ।
What’s your Reaction?
+1
+1
+1
+1
+1
+1
+1