ମନୋରଞ୍ଜନ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ନୃତ୍ୟ ପରିବେଷଣ କରିବ ଅନୁଗୁଳ ନୃତ୍ୟ ନୀଳୟ Angul OnlineDecember 23, 2021December 23, 2021 ଅନୁଗୁଳ – ଆଗାମୀ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଦେଶର ରାଷ୍ଟ୍ରପତି ଏବଂ ଅନ୍ୟ ଗଣମାନ୍ୟ ଅତିଥୀଙ୍କ ସମ୍ମୁଖରେ ଅନୁଗୁଳର ନୃତ୍ୟ ନୀଳୟର ସଦସ୍ୟ ସଦସ୍ୟା ମାନେ ସେମାନଙ୍କ ନୃତ୍ୟ ପରିବେଷଣ କରିବେ । ଏନେଇ ଦିଲ୍ଲୀର ଜବାହରଲାଲ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗୀତାରେ ଶ୍ରେଷ୍ଠ ସ୍ଥାନ ହାସଲ କରି ଏ ସୁଯୋଗ ହାସଲ କରିଚି ନୃତ୍ୟ ନୀଳୟ । ଦଳର ୧୦ ଜଣ ସଦସ୍ୟ ସଦସ୍ୟା ତିନି ମିନିଟ ମଧ୍ୟରେ ଦଶ ମହାବିଦ୍ୟା ଚମତ୍କାର ଭାବରେ ପ୍ରଦର୍ଶନ କରି ଜୁରୀଙ୍କ ମନ କିଣି ନେଇଥିଲେ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖି ନୃତ୍ୟ ନୀଳୟ ଦଳକୁ ପୁରସ୍କୃତ କରିଥିଲେ । ଅନିଶା ସିହ୍ନା, ଡ଼ା ଅଙ୍କିତା ରଥ, ଦୀପ୍ତିମୟୀ ସାହୁ, ପିନାକୀ ଦାସ, ଯଶୋବନ୍ତ ସାମଲ, ତମନ୍ନା ପାତ୍ର, ବିଶ୍ୱପୂଜ୍ୟା ସ୍ୱାଇଁ ,ସୁହାନି ପ୍ରଧାନ, ସୁପ୍ରିୟା ପ୍ରଧାନ ଓ ସ୍ଵର୍ଣ୍ଣାକି ଦାସ ପ୍ରମୁଖ ଦଳରେ ସାମିଲ ହୋଇଥିଲେ । ଗୁରୁ ସ୍ୱପ୍ନା ରାଣୀ ସିହ୍ନାଙ୍କ ମାର୍ଗ ଦର୍ଶନରେ ନୃତ୍ୟ ନୀଳୟ ତାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲା । ଏ ସଫଳତା ଆମ ପାଇଁ ଏକ ଶ୍ରେଷ୍ଟ ଉପହାର , ଏହା ଆମକୁ ଭାବ ବିହ୍ଵଳିତ କରିଛି ଏବଂ ଆଗାମୀ ଗଣତନ୍ତ୍ର ଦିବସରେ ଆମେ ନିଶ୍ଚିତ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବୁ ବୋଲି ପ୍ରକାଶ କରିଛନ୍ତି ଦଳର ଅନ୍ୟତମ ସଦସ୍ୟା ଆନିଶା ସିହ୍ନା । Advertisement
ବିଶ୍ଵ ନାଟ୍ୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ କଳାକାର ଭବନ ଠାରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ…
ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା ଅନୁଗୁଳ – ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ…
ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାର ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ପାଳୁଛି । ଏଥିପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।…