ଅପରାଧ ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ Angul OnlineFebruary 12, 2022February 12, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ଚୋର । ଆଉ ବିଫଳ ଚୋର ମାନେ ଗୋଟିଏ ଏଟିଏମରୁ ବ୍ୟାଟେରୀ ନେଇ ପଳାଇଥିବା ଜଣା ପଡିଛି । ସୂଚନା ଅନୁସାରେ କୋଶଳା ଗାଁରେ ଥିବା ଏସବିଆଇ ଏଟିଏମରେ ବିଳମ୍ବିତ ରାତିରେ ଚୋର ପଶି ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବା ପରେ ସେଠାରେ ଥିବା ବ୍ୟାଟେରୀ ନେଇ ପଳାଇ ଯାଇଥିଲେ । ସେହିପରି ଆକ୍ସିସ ବ୍ୟାଙ୍କ ଏଟିଏମ ବ୍ୟାଙ୍କର ଏଟିଏମରୁ ମଧ୍ୟ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ । ତେବେ ସକାଳେ ଲୋକ ଏଟିଏମ ଭଙ୍ଗା ରୁଜା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
ଚୋରା ଶାଗୁଆନ କାଠ ଗଣ୍ଡି ଭର୍ତ୍ତି ପିକଅପ ଭ୍ୟାନ ଜବତ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ କୋଶଳା ଭାଗଲାକଟା ପ୍ରଧାନ ବନ୍ଧ ନିକଟରୁ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ଭ୍ୟାନକୁ ଜବତ କରିବା ସହିତ…
କେଜିଏରୁ ଅଧିକ ବ୍ରାଉନ୍ସୁଗାର ଜବତ – ଦୁଇ ଆନ୍ତରାଜ୍ୟ ବେପାରୀ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କଲା ଭୁବନେଶ୍ୱର ଏସ୍ ଟି ଏଫ । ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ…