ଜିନ୍ଦଲ ନଗର ଦେବଭୂମି ପରିସରରେ ରଥଯାତ୍ରା

ଅନୁଗୋଳ–  ହଜାର ହଜାର ସଂଖ୍ଯାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ  ଅନୁଷ୍ଠିତ ହୋଇଥିବା ରଥ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବିଶ୍ଵ ନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବାର୍ଷିକ ଯାତ୍ରା ନିମନ୍ତେ ଜିନ୍ଦଲ ନଗର ମଧ୍ୟରେ ଅବସ୍ଥିତ ଥିବା ମାଉସୀ ମା ମନ୍ଦିର ଅଭିମୁଖେ ବାହାରି ଥିଲେମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ସହ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ରଥ ଯାତ୍ରାରେ ଯୋଗଦେବା ସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ । ଏହି ଅବସରରେ ନିଜର କୃତଜ୍ଞତା ବ୍ୟକ୍ତ କରିବା ସହ ଶ୍ରୀ ନବୀନ ଜିନ୍ଦଲ ସର୍ବ ନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଥିଲେ l ଏହି ଶୁଭ ଅବସରରେ ଶ୍ରୀ ଜିନ୍ଦଲ ସମସ୍ତ ଓଡିଶା ବାସୀ ତଥା ଭାରତବାସୀଙ୍କୁ ରଥ ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ଅବସରରେ ନିଜର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଉତ୍ତମ ଜ୍ଞାନ ଏବଂ ଭକ୍ତି ସହ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଜନ ସାଧାରଣଙ୍କ ସେବା ସହ ଏକ ସମାବେସୀ ଭାରତ ନିର୍ମାଣ ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପୁରୀ ମନ୍ଦିରର ବୈଦିକ ନୀତି ଅନୁସାରେ ପାଳନ କରାଯାଇଥିବା ଏହି ପବିତ୍ର କାର୍ଯ୍ୟକ୍ରମଟି ପ୍ରାତଃ ୪.୩୦ ଘଟିକାରୁ ପୁରୋହିତଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ପୂଜା ନୀତି ଯଥା, ମଣିମା ଡାକ, ଦ୍ଵାର ଫିଟା, ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ଅବକାଶ ନୀତି, ଇତ୍ୟାଦି ସହିତ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଜିନ୍ଦଲ ଦମ୍ପତ୍ତି ପ୍ରାତଃ କାଳରେ ସକାଳର ନୀତି-କାନ୍ତି ନିର୍ବାହ କରିବା ସହ ସ୍ଵତନ୍ତ୍ର ପୂଜା ଯଥା, ରଥ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ନୀତି ସଂପୂର୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀକାନ୍ତଜୀଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରିଥିଲେ । ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ବାଳିକା ଏବଂ ମହିଳାମାନେ ସଂପୂର୍ଣ ଉତ୍ସlହର ସହ ଟାଣିବା ଥିଲା ଏହି ରଥ ଯାତ୍ରାର ସ୍ଵତନ୍ତ୍ର ବିଶେଷତା । ଏହି ଉତ୍ସବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଶୀର୍ଷ ଅଧିକାରୀ ଯଥା, ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ବିମଳେନ୍ଦ୍ର ଝା ଓ ତାଙ୍କ ପତ୍ନୀ ଶ୍ରୀମତୀ ସିପ୍ରା ଝା,  ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ, ଶ୍ରୀ ହୃଦୟେଶ୍ଵର ଝା, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ ଓ ତାଙ୍କ ପତ୍ନୀ ଶ୍ରୀମତୀ ଅନିତା ମିତ୍ତଲ, ଅନ୍ୟାନ୍ୟ କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ପାର୍ଶ୍ଵବର୍ତୀ ଗ୍ରାମବାସୀ ଏବଂ ସଂଖ୍ୟାଧିକ ଶ୍ରଦ୍ଧାଳୁ ରଥ ଟାଣିବାର ସୌଭାଗ୍ୟ ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ । ଏହି ରଥ ଯାତ୍ରାକୁ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଦ୍ଵାରା ଏହାର ୟୁଟ୍ଯୂବ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା, ଏବଂ ବହୁଳ ଭାବେ ଶ୍ରଦ୍ଧାଳୁମାନେ ଏହି ରଥ ଯାତ୍ରା ଦେଖିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ ।

 

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored