ଭଲ ଖବର ବିରଳ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷକ ସାଜିଲେ ଯୁବକ Angul OnlineJuly 15, 2022July 15, 2022 ଅନୁଗୁଳ – ନବ କିଶୋର ସାହୁଙ୍କର ସ୍ତ୍ରୀ ସୁନନ୍ଦା ସାହୁଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରସବ ପରେ ରକ୍ତ ଦରକାର ହୋଇଥିଲା । କିନ୍ତୁ ସୁନନ୍ଦା ସାହୁଙ୍କର ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ ରହିଥିଲା । ଯାହାକି ଏକ ଲକ୍ଷ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସମୁଦାୟ ୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ରହିଥାଏ । ଏଭଳି ବିରଳ ରକ୍ତ ଆବଶ୍ୟକ ଥିବାରୁ ସୁନନ୍ଦାଙ୍କ ସ୍ଵାମୀ ନବକୀଶୋର ଅନୁଗୁଳ ରକ୍ତଭଣ୍ଡାରରେ ଜଣାଇଥିଲେ । ରକ୍ତଭଣ୍ଡାରର କର୍ମଚାରୀଙ୍କଠାରୁ ସୂଚନା ପାଇ ତାଳଚେର ବଲଣ୍ଡା ଅଞ୍ଚଳର ସ୍ଵେଚ୍ଛାସେବୀ ଯୋଗେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିଥିଲେ । ସ୍ଵେଚ୍ଛାସେବୀ ଶ୍ରୀ ବେହେରା ଏହି ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ର ରକ୍ତ ପାଇଁ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳର ମାନସ ରଞ୍ଜନ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ପ୍ରଧାନ ଆଜି(ଶୁକ୍ରବାର) ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରରେ ପହଞ୍ଚି ଏହି ବିରଳ ରକ୍ତଦାନ କରିଥିଲେ । ଶ୍ରୀ ପ୍ରଧାନ ଏହିଥରକୁ ମିଶାଇ ୧୭ ଥର ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ରକ୍ତଦାନ କରିଛନ୍ତି । Advertisement
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ସଫଳତା ଅନୁଗୋଳ – ଓପିଏସ୍ସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ଅନୁଗୋଳ ଜିଲ୍ଲାର ଅନେକ ଝିଅ ଓ ପୁଅଣ୍କୁ ସଫଳତା ମିଳିଛି । ଶିମିଳିପଡାର ଆଶାଜ୍ୟୋତି…
ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ ଅନୁଗୁଳ – ହକି ୱାର୍ଲଡ଼ କପକୁ ନେଇ ସବୁଠି ଉତ୍ସାହ ଭରି ରହିଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶାରେ ହେଉଥିବା ଏହା ହକି ମହାକୁମ୍ଭ ପାଇଁ…
ଭିନ୍ନ ଢଙ୍ଗରେ ଗୁରୁ ଦିବସ ପାଳନ କଲେ ସରପଞ୍ଚ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଏକ ଭିନ୍ନ ଢଙ୍ଗରେ ମଙ୍ଗଳବାର ଗୁରୁ ଦିବସ ପାଳନ କରିଛନ୍ତି । ଯୁବ…